ଯାଜପୁର:ପ୍ରତାରିତ ପ୍ରେମିକକୁ ପିଛା କରି ଉତ୍ତରପ୍ରଦେଶରୁ ଓଡିଶାରେ ପହଞ୍ଚିଲା ପ୍ରେମିକା । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ପ୍ରେମିକା ଜଣକ ପ୍ରେମିକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।
ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା - jajpur news update
ଯାଜପୁରରେ ପ୍ରେମ ପ୍ରତାରଣାର ଅଭିଯୋଗ । ନ୍ୟାୟ ପାଇଁ ଉତ୍ତରପ୍ରଦେଶରୁ ଓଡିଶା ଆସି ଥାନାରେ ଏତଲା ଦେଲା ପ୍ରେମିକା। ଅଧିକ ପଢନ୍ତୁ...
ପ୍ରେମ ପ୍ରତାରଣା, ପ୍ରେମିକକୁ ପିଛା କରି ଉତ୍ତରପ୍ରଦେଶରୁ ଓଡିଶାରେ ପହଞ୍ଚିଲା ପ୍ରେମିକା
ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା
ଅଭିଯୋଗ ମୁତାବକ ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତରପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ସମୟରେ ସେଠାରେ ଜଣେ ବିଧବା ମହିଳାଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ । ଏପରିକି ତାଙ୍କର 4 ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି । ସେ କିଛିଦିନ ତଳେ ସେଠାରୁ ପଳାଇ ଆସି ବିଂଝାରପୁର ଅଞ୍ଚଳରେ ରହୁଥିବା ଖବର ପାଇ ମହିଳାଜଣକ ସ୍ଥାନୀୟ ଥାନାରେ ସୁଶାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି। ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Oct 15, 2021, 10:49 AM IST