ଯାଜପୁର: ଗତ ଦୁଇ ଦିନ ତଳେ ଭଦ୍ରକରୁ ନିଖୋଜ ହୋଇଥିବା ବାଳକର ମଙ୍ଗଳବାର ଯାଜପୁରରୁ ଉଦ୍ଧାର ହୋଇଛି ମୃତଦେହ । ସ୍ଥାନୀୟ ପାଣିକୋଇଲି ଥାନା ମୂଳାପାଳ ନିକଟରେ ଥିବା ବୈତରଣୀ ନଦୀରୁ ଏହି ମୃତଦେହ ଜବତ ହୋଇଥିବା ଜଣା ପଡିଛି । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର କରିବା ପରେ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ଏଥିସହ ମୃତଦେହକୁ ପରିବାର ପାଖକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।
ଭଦ୍ରକରୁ ନିଖୋଜ ବାଳକର ଯାଜପୁରରୁ ମୃତଦେହ ଉଦ୍ଧାର - ଯାଜପୁର ବୈତରଣୀ ନଦୀରୁ ନିଖୋଜ ବାଳକର ମୃତ ଦେହ ଉଦ୍ଧାର
ଗତ ଦୁଇ ଦିନ ତଳେ ଭଦ୍ରକରୁ ନିଖୋଜ ହୋଇଥିବା ବାଳକର ମଙ୍ଗଳବାର ଯାଜପୁରରୁ ଉଦ୍ଧାର ହୋଇଛି ମୃତଦେହ । ସ୍ଥାନୀୟ ପାଣିକୋଇଲି ଥାନା ମୂଳାପାଳ ନିକଟରେ ଥିବା ବୈତରଣୀ ନଦୀରୁ ଏହି ମୃତଦେହ ଜବତ ହୋଇଥିବା ଜଣା ପଡିଛି ।

ଭଦ୍ରକରୁ ନିଖୋଜ ବାଳକର ଯାଜପୁରରୁ ମୃତଦେହ ଉଦ୍ଧାର
ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଝୁଣ୍ଟୁଣା ଗ୍ରାମର ବିଶ୍ବନାଥ ସାହୁଙ୍କ 12 ବର୍ଷୀୟ ପୁଅ ରାଜେଶ ସାହୁ ନିଖୋଜ ହୋଇଯାଇଥିଲା । ବୈତରଣୀ ନଦୀରେ ଗାଧୋଇବା ସମୟରେ ଗୋଡ ଖସିୟାଇ ସେ ନଦୀରେ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଯାଜପୁରରେ ତାଙ୍କର ମୃତଦେହ ଠାବ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ