ଓଡିଶା

odisha

ETV Bharat / state

ସୁନା ଦୋକାନ ଲୁଟ ଉଦ୍ୟମ ପଣ୍ଡ କଲା ଯାଜପୁର ପୋଲିସ - ସୁନା ଦୋକାନ ଲୁଟ

ଯାଜପୁର ରୋଡ ଥାନା ଅଞ୍ଚଳରେ ଏକ ସୁନାଦୋକାନ ଡକାୟତି ଯୋଜନା ପଣ୍ଡ କରିଛି ଯାଜପୁର ପୋଲିସ । 5 ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରାଯିବା ସହ ଜଣେ ନାବାଳକକୁ ଅଟକ ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Aug 7, 2019, 10:05 PM IST

ଯାଜପୁର: ସୁନା ଦୋକାନରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ ଡକାୟତ । ଆଉ ସେମାନଙ୍କ ଯୋଜନାକୁ ପଣ୍ଡ କରିଥିଲା ଯାଜପୁର ପୋଲିସ । ଯାଜପୁର ଜିଲ୍ଲା ରୋଡ ପୋଲିସ ହାତରେ ଧରା ପଡିଲେ 5 ଆନ୍ତଃରାଜ୍ୟ ଡକାୟତ ଓ ଆଉ ଜଣେ ସୋବରା ଅଞ୍ଚଳର ମୋବାଇଲ୍ ଦୋକାନୀ ତଥା ଲୁଟ ସାମଗ୍ରୀ ବିକ୍ରେତା । ଗିରଫ ମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ 4ଟି ବାଇକ ସହିତ 5 ଲାପଟପ, 48ଟି ମୋବାଇଲ ଫୋନ, 2ଟି କ୍ୟାମେରା, ଗୋଟିଏ ଏଲଇଡି ଟିଭି ଓ ଲୁଟ ସୁନାଗହଣା ଜବତ କରାଯାଇଛି । ଗିରଫ ଡକାୟତଙ୍କ ନାମରେ ପୃଥକ ପୃଥକ 6ଟି ସ୍ଥାନରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଡକାୟତ ଗ୍ୟାଙ୍ଗ ଯାଜପୁର ରୋଡ ଥାନା ଅଞ୍ଚଳରେ ଏକ ସୁନାଦୋକାନ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

ଯାଜପୁର ରୋଡ ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେନାଲକୁ ପଠାଇ ଦିଆଯାଇଛି। ସୁଚନା ଅନୁସାରେ ଏମାନେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଏମାନେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟ୍ କରିବା ଉପରେ ଗୁରୁତ୍ବ ଦେଇଥାନ୍ତି । ଏହି ଡକାୟତ ମାନେ ଚୋରି ସାମଗ୍ରୀକୁ ନେଇ ସୋବରାର ଏକ ମୋବାଇଲ୍ ଦୋକାନରେ ବିକ୍ରି କରିଥାନ୍ତି । ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଫେରାର ଆସାମୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details