ଯାଜପୁର: ମହାବିଦ୍ୟାଳୟରୁ ଲୁଟ୍ ଅଭିଯୋଗ । କୋରାଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ସପ୍ତରତ୍ନ ସଂସ୍କୃତ ମହାବିଦ୍ୟାଳୟରେ ଏପରି ଲୁଟ୍ ଘଟଣା ଘଟିଛି ।
ତାଲା ଭାଙ୍ଗି ସଂସ୍କୃତ ମହାବିଦ୍ୟାଳୟରୁ ଲୁଟିନେଲେ କମ୍ପ୍ୟୁଟର-ସିସିଟିଭି - jajpur
ସପ୍ତରତ୍ନ ସଂସ୍କୃତ ମହାବିଦ୍ୟାଳୟରେ ତାଲା ଭାଙ୍ଗି ବ୍ୟାପକ ଜିନିଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
ଖବର ମୁତାବକ, ଶନିବାର ବିଳମ୍ବିତ ରାତିରେ କଲେଜର ତାଲା ଭାଙ୍ଗି କେତେକ ଲୁଟେରା କମ୍ପ୍ୟୁଟର, ସିସିଟିଭି, ପ୍ରଂଟର ସମେତ ବହୁ ସରକାରୀ ଜିନିଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ କଲେଜ ପକ୍ଷରୁ କୋରାଇ ଥାନାରେ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ