ଓଡିଶା

odisha

ETV Bharat / state

ଟିକା ନେବାକୁ ଯାଜପୁରରେ ଲାଗିଛି ଲମ୍ବା ଲାଇନ୍ - ଜିଲ୍ଲାରେ କୋରୋନା ସଂକ୍ରମଣ

ଯାଜପୁରର ବ୍ୟାସନଗର ଟୀକାକରଣ ବ୍ୟବସ୍ଥା । ଟିକା ନେବା ଅପେକ୍ଷାରେ ଲଗାଇଛନ୍ତି ଲାଇନ । ଅଧିକ ପଢନ୍ତୁ...

ଟିକା ନେବାକୁ ଯାଜପୁରରେ ଲୋକଙ୍କ ଲମ୍ବା ଧାଡି
ଟିକା ନେବାକୁ ଯାଜପୁରରେ ଲୋକଙ୍କ ଲମ୍ବା ଧାଡି

By

Published : Apr 30, 2021, 12:31 PM IST

ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଜିଲ୍ଲାକୁ ପ୍ରତ୍ୟେକ ଦିନ କୋଲକାତାରୁ ଟ୍ରେନ ଯୋଗେ ଯାତ୍ରୀ ଆସିବାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଯାହାଦ୍ବାରା ବ୍ୟାପିବାରେ ଲାଗିଛି ଏହି ସଂକ୍ରମଣ । ହେଲେ କିଛି ସ୍ଥାନରେ କୋରୋନାରୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟବାସୀଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଟିକା ନେବାକୁ ଯାଜପୁରରେ ଲୋକଙ୍କ ଲମ୍ବା ଧାଡି

ସେପଟେ ବ୍ୟାସନଗର କୋରୋନା ସଂକ୍ରମଣ ବୃଦ୍ଧି ହେବା ପରଠାରୁ କୋଭିଡ ଟୀକା ନେବାରେ ଭିଡ଼ ଦେଖିବାକୁ ମିଳୁଛି। ବ୍ୟାସନଗର ପୌରପରିଷଦରେ ୮ ଦିନ ହେବ ଟୀକାକରଣ ବନ୍ଦ ଥିଲା। ହେଲେ ଶୁକ୍ରବାର ଟିକା ନେବାକୁ ଲମ୍ବା ଲାଇନ ଲାଗିଛି ।

ସକାଳ ୬ ଟାରୁ ଯାଜପୁର ରୋଡ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକ ଟିକା ନେବାକୁ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତେବେ ଟିକା ନେବାବେଳେ କିଭଳି ସ୍ଥିତ ଅଛି ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଜ୍ଞାନରଞ୍ଜନ ଓଝା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details