ଓଡିଶା

odisha

By

Published : Jun 23, 2020, 10:58 PM IST

ETV Bharat / state

ଲକଡାଉନ ପକାଇଛି ରୋଜଗାରରେ ବେଡି, ଚିନ୍ତାରେ ପଥର କାରିଗର

ପଥରରେ ସୁନ୍ଦର କଳାକୃତି ଓ ମୂର୍ତ୍ତି ତିଆରି କଥା କହିଲେ ମନକୁ ଆସେ ଯାଜପୁର ଜିଲ୍ଲା ଶୁଖୁଆପଡା ଗାଁର କଥା । ଏଠାକାର ପଥର କାରିଗରୀ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ତଥା ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଛି । ହେଲେ ଲକଡାଉନ ପାଇଁ ଏବେ ଫିକା ପଡିଛି ବ୍ୟବସାୟ । ଅଧିକ ପଢ଼ନ୍ତୁ...

stone carving in jajpur, jajpur latest news, jajpur's silpi village, lockdown impact on stone carving, lockdown effect on jajpur, sukhuapada's stone work, ଯାଜପୁରର ପଥର କାରିଗରୀ, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରର ଶିଳ୍ପୀଗ୍ରାମ, ପଥର କାରିଗରୀ ଉପରେ ଲକଡାଉନ ପ୍ରଭାବ, ଯାଜପୁରରେ ଲକଡାଉନ ପ୍ରଭାବ, ଶୁଖୁଆପଡାର ପଥର କାରିଗରୀ
ଲକଡାଉନ ପକାଇଛି ରୋଜଗାରରେ ବେଡି, ଚିନ୍ତାରେ ପଥର କାରିଗର

ଯାଜପୁର: ପଥରରେ ସୁନ୍ଦର କଳାକୃତି ଓ ମୂର୍ତ୍ତି ତିଆରି କଥା କହିଲେ ମନକୁ ଆସେ ଯାଜପୁର ଜିଲ୍ଲା ଶୁଖୁଆପଡା ଗାଁର କଥା । ଏଠାକାର ପଥର କାରିଗରୀ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ତଥା ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଛି । ବଡଚଣା ବ୍ଲକ ଅନ୍ତର୍ଗତ ଏହି ଗାଁକୁ କାରିଗରଙ୍କ ପରିଶ୍ରମ ଓ ନିଷ୍ଠା ପାଇଁ ମିଳିଛି ଶିଳ୍ପୀଗ୍ରାମର ମାନ୍ୟତା । ହେଲେ ଲକଡାଉନ ପାଇଁ ଏବେ ଫିକା ପଡିଛି ବ୍ୟବସାୟ । ନା କଞ୍ଚାମାଲ ମିଳିପାରୁଛି ନା ପୂର୍ବରୁ ପ୍ରସ୍ତୁତ ମୂର୍ତ୍ତି ବିକ୍ରି ହୋଇପାରୁଛି ।

ଲକଡାଉନ ପକାଇଛି ରୋଜଗାରରେ ବେଡି, ଚିନ୍ତାରେ ପଥର କାରିଗର

ଘର ସମେତ ବଡ ବଡ ହୋଟେଲ ଓ ପାର୍କରେ ସାଜସଜ୍ଜା ସହ ମନ୍ଦିର ଆଦି ଧାର୍ମିକ ସ୍ଥଳରେ ପୂଜା ପାଇଁ ଏଠାରେ ପ୍ରସ୍ତୁତ ହୁଏ ଆଖି ଲାଖିଯିବା ଭଳି ଆକର୍ଷଣୀୟ ମୂର୍ତ୍ତି । ସୂକ୍ଷ୍ମ ଓ ମାର୍ଜିତ କାମ ପାଇଁ ଏଠାକାର କାରିଗର ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ତାଲାବନ୍ଦ ପାଇଁ ପ୍ରାୟ ଅଢେଇ ମାସ ହେବ ବିନା ବ୍ୟବସାୟରେ ଚିନ୍ତାଗ୍ରସ୍ତ ହୋଇଛନ୍ତି 3ଶହରୁ ଉର୍ଦ୍ଧ୍ବ କାରିଗର । କଟକଣା ଯୋଗୁଁ ଗୋଟିଏ ପଟେ ମୂର୍ତ୍ତି ବା ସାମଗ୍ରୀ ତିଆରି ପାଇଁ ପଥର ଆଦି କଞ୍ଚାମାଲର ଘୋର ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ନିଖୁଣ କାରୀଗରୀରେ ପ୍ରସ୍ତୁତ ହୋଇଥିବା ମୂର୍ତ୍ତି ଗୁଡିକ ବିକ୍ରି ନହୋଇପାରି ପଡିରହିଛି।

ସେପଟେ ଏତେ ଦିନ ଧରି ହାତ ବାନ୍ଧି ଘରେ ବସି ରହିବା ପରେ ଏବେ କଟକଣା କୋହଳ ହେବାରୁ କାଁ ଭାଁ କାମ ଚାଲିଥିବା କାରିଗରମାନେ ପ୍ରକାଶ କରିଛନ୍ତି । ଲକଡାଉନ ନଥିଲେ କିଛି ମେଳା ବା ପୂଜା ପାର୍ବଣରେ ମୂର୍ତ୍ତି ବିକି ବେଶ ଦୁଇ ପଇସା ରୋଜଗାର କରିପାରିଥାଆନ୍ତେ ଏମାନେ । ହେଲେ ଲକଡାଉନ ପାଇଁ ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା । ନିଜେ ଖାଇବାକୁ ଦାନା ମିଳିବା କଷ୍ଟକର ହୋଇପଡିଥିବା ବେଳେ ପରିବାର ପୋଷିବା କଥା ଭାବିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏମିତିରେ ବୋଝ ଉପରେ ନଳିତା ବିଡା ପରି ଉଭୟ ଆମଦାନୀ ଓ ରପ୍ତାନୀ ଠପ୍‌ ହୋଇ ପଡିଛି ।

ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ କାରିଗର ହାତ ବାନ୍ଧି ବସିଥିବା ବେଳେ କାଁ ଭାଁ କାରିଗର ଲକଡାଉନ ଖୋଲିଲେ ରୋଜଗାର ଆଶାରେ ଜାରି ରଖିଛନ୍ତି କାମ । ତେବେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କାରିଗରମାନେ ନିବେଦନ କରିବା ସହ ଏହି ଦୁଃସ୍ଥିତି କେବେ ଦୂର ହେବ ତାହାକୁ ଚାହିଁ ବସିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details