ଯାଜପୁର: ସାରା ରାଜ୍ୟରେ ଜାରି ରହିଛି ଲକଡାଉନ। ଗାଇଡଲାଇନ ଅନୁସାରେ, ସକାଳ 6ରୁ ଦିନ 12 ଟା ପର୍ଯ୍ୟନ୍ତ କେବଳ ପନିପରିବା, ଆମିଷ, ତେଜରାତି ଦୋକାନ ଖୋଲିବାକୁ ନିୟମ ରହିଛି କିନ୍ତୁ ଯାଜପୁରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଯାଜପୁର ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି।
ଯାଜପୁରରେ ଦିନ 12ଟା ଯାଏଁ ଦୋକାନ ଖୋଲା, ସିଲ୍ କଲା ପୋଲିସ - ଲକଡାଉନ୍
ସାରା ରାଜ୍ୟରେ ଜାରି ରହିଛି ଲକଡାଉନ। ଗାଇଡଲାଇନ ଅନୁସାରେ, ସକାଳ 6ରୁ ଦିନ 12 ଟା ପର୍ଯ୍ୟନ୍ତ କେବଳ ପନିପରିବା, ଆମିଷ, ତେଜରାତି ଦୋକାନ ଖୋଲିବାକୁ ନିୟମ ରହିଛି କିନ୍ତୁ ଯାଜପୁରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଯାଜପୁରରେ ଦିନ 12ଟାରେ ଖୋଲା ଥିଲା ଦୋକାନ, ସିଲ୍ କଲା ପୋଲିସ
ସହରରେ କେତେକ ଅମାନିଆ ଦୋକାନ ଖୋଲିଥିବା ନଜରକୁ ଆସିବା ପରେ ସେ ଗୁଡିକୁ ସିଲ କରାଯାଇଛି। ଯାଜପୁରର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରାଯିବା ସହିତ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଘଂନ କରି ଦୋକାନ ଖୋଲିଥିଲେ ସେମାନଙ୍କ ଦୋକାନ କ ସିଲ କରାଯାଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ