ଯାଜପୁର:କଳିଙ୍ଗନଗର ଦେଇ ଯାଇଥିବା 53 ନମ୍ବର ଜାତୀୟ ରାଜପଥର ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି। ଡୁବୁରୀ ଓ ବାରାଗାଡ଼ିଆ ମୌଜାର କ୍ଷତିଗ୍ରସ୍ତ ଚାଷୀ ଓ ବ୍ୟବସାୟୀ ଏହାର ବିରୋଧ କରି ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ସମସ୍ୟା ଓ ଦାବି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ପ୍ରଭାବିତ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ।
ଜାତୀୟ ରାଜପଥ ଜମି ଅଧିଗ୍ରହଣକୁ ବିରୋଧ, କ୍ଷତିପୂରଣ ଦାବି କଲେ ପ୍ରଭାବିତ - jajpur news
ଯାଜପୁରରେ 53 ନମ୍ବର ଜାତୀୟ ରାଜପଥର ଜମି ଅଧିଗ୍ରହଣକୁ ବିରୋଧ କଲେ କଳିଙ୍ଗନଗରର ସ୍ଥାନୀୟ ବାସିନ୍ଦା । ପ୍ରଥମେ ଥଇଥାନ ଓ ପୁନର୍ବାସ ନୀତି କାର୍ଯ୍ୟକାରୀ କରିବାକୁ ଦାବି କଲେ ପ୍ରଭାବିତ । ଅଧିକ ପଢନ୍ତୁ...
ସୂଚନା ମୁତାବକ 2007 ମସିହାରେ ଏହି ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ସେତେବେଳେ ରାଜ୍ୟ ସରକାର 2013 ମସିହାର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଦେଇ ନଥିଲେ କିମ୍ବା ଜମି ଅଧିଗ୍ରହଣ କରିନଥିଲେ। କିନ୍ତୁ 14 ବର୍ଷ ପରେ ଏବେ ସରକାରଙ୍କ ପକ୍ଷରୁ ଏହି ଜମି ଅଧିଗ୍ରହଣ ଜୋରଦାର କରାଯାଉଛି। ଏହାର ବିରୋଧ କରି ଆଜି ପ୍ରଭାବିତ ହେବାକୁ ଥିବା ସ୍ଥାନୀୟ ବ୍ୟବସାୟୀ ଓ କ୍ଷତିଗ୍ରସ୍ତ ଚାଷୀ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତଙ୍କୁ 2013 ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଦେବାକୁ ଦାବି କରିବା ସହ ଦାବି ପ୍ରତି ସରକାର ଅଣଦେଖା କଲେ ଆସନ୍ତା 26 ତାରିଖରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ପ୍ରଭାବିତ ସ୍ଥାନୀୟ ବାସିନ୍ଦା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ