ଯାଜପୁର: ଜିଲ୍ଲା ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ବ୍ୟାସ ସରୋବର ପୀଠର ଭିତ୍ତିଭୂମିର ବିକାଶ ପାଇଁ ଅନ୍ୟୁନ 64କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିବାବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ।
ଆଜି(ଗୁରୁବାର) ସ୍ଥାନୀୟ ମୁଣ୍ଡମାଳ, ବୀରମଣିପୁର ଓ ଖଣ୍ଡହତା ଗ୍ରାମର ଶତାଧିକ ଜମିହରା ଚାଷୀ ବେଆଇନ ଭାବେ ଜମି ଅଧିଗ୍ରହଣ କରାଯାଉଥିବା ଦର୍ଶାଇ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏହି ଅବସରରେ ସେମାନେ ବ୍ୟାସନଗର ତହସିଲଦାରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।