ଯାଜପୁର: ଯାଜପୁର ଧର୍ମଶାଳା ବ୍ଳକରେ ସରକାରୀ ଡାଲି ଯୋଗାଣ ବିଳମ୍ବ ପ୍ରତିବାଦରେ ବିଜେପି ନେତା ସର୍ବେଶ୍ୱର ବେହୁରାଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ସଫଳ ହୋଇଛି । ବ୍ଲକର ପ୍ରତ୍ୟେକ ପଞ୍ଚାୟତର ହିତାଧିକାରୀ ମାନଙ୍କ ପାଖରେ ଡାଲି ପହଞ୍ଚି ପାରିଛି ।
ଯାଜପୁରରେ ଆନ୍ଦୋଳନ ପରେ ଯୋଗାଇ ଦିଆଗଲା ଡାଲି - jajpur bjp
କୋରୋନା ସମୟରେ କେନ୍ଦ୍ରସରକାର ପ୍ରତ୍ୟେକ ପରିବାରକୁ ଡାଲି ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ହେଲେ ଧର୍ମଶାଳା ବ୍ଲକରେ ଡାଲି ଯୋଗାଣ ନ ହେବାରୁ ଆନ୍ଦୋଳନ ହୋଇଥିଲା । ଯାହାର ଫଳସ୍ବରୂପ ବୁଧବାର ଡାଲି ବିତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
ଯାଜପୁରରେ ଆନ୍ଦୋଳନ ପରେ ଯୋଗାଣ ହେଲା ଡାଲି
କୋରୋନା ସମୟରେ କେନ୍ଦ୍ରସରକାର ପ୍ରତ୍ୟେକ ପରିବାରକୁ ଡାଲି ଯୋଗାଇ ଦେବା ପାଇଁ ଘୋଷଣା କରିଥିବା ବେଳେ ଧର୍ମଶାଳା ବ୍ଲକରେ ଡାଲି ଯୋଗାଇନଥିଲେ ଯୋଗାଣ ବିଭାଗ । ଏହାକୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି କର୍ମୀ । ଧର୍ମଶାଳା ବ୍ଲକରେ ଡାଲି ଯୋଗାଣ ହେବା ପରେ ହଡପକାରୀଙ୍କ ଉଦ୍ୟମ ବିଫଳ ହୋଇଥିବା କହିଛନ୍ତି ବିଜେପି ନେତା ସର୍ବେଶ୍ୱର ବେହୁରା ।
ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟଭି ଭାରତ