ଓଡିଶା

odisha

ETV Bharat / state

ମୁଣ୍ଡୁଳି ବୋଟ ଟ୍ରାଜେଡି; ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବି

ମୁଣ୍ଡୁଳୀ ବୋଟ ଟ୍ରାଜେଡି ଘଟଣାରେ ରାଜ୍ୟର ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ସଦସ୍ୟ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗ ଘଟିଛି । ତେବେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିଠି ଲେଖିଲେ ଆଇନଜୀବୀ । ଅଧିକ ପଢନ୍ତୁ...

ମୁଣ୍ଡୁଳି ବୋଟ ଡ୍ରାଜେଡି
ମୁଣ୍ଡୁଳି ବୋଟ ଡ୍ରାଜେଡି

By

Published : Sep 30, 2021, 6:02 PM IST

ଯାଜପୁର:ମୁଣ୍ଡୁଳୀ ବୋଟ ଟ୍ରାଜେଡି ଘଟଣାରେ ରାଜ୍ୟର ଉଦୀୟମାନ, ପ୍ରତିଭାବାନ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ସମାନ ଘଟଣାରେ ଓଡ୍ରାଫ ଟିମ ସଦସ୍ୟ ସୀତାରାମ ମୁର୍ମୁଙ୍କ ମଧ୍ୟ ଦେହାନ୍ତ ହୋଇଛି । ଉଭୟଙ୍କ ଅକାଳ ମୃତ୍ୟୁକୁ ନେଇ ଦୁଃଖରେ ସାରା ରାଜ୍ୟ ।

ମୁଣ୍ଡୁଳି ବୋଟ ଟ୍ରାଜେଡି; ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବି

ଏହି ଦୁଃଖଦ ସମୟରେ ଏବେ ଉଭୟଙ୍କ ପରିବାର ପ୍ରତି ଛୁଟୁଛି ସମବେଦନାର ସୁଅ । ତେବେ ସେମାନଙ୍କ ପ୍ରିୟ ପରିଜନ ଓ ଶୋକାକୂଳ ପରିବାର ପାଇଁ ଆର୍ଥିକ ସହାୟତା ମଧ୍ୟ ଜରୁରୀ ହୋଇପଡିଥିବା ବେଳେ, ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ହାଇକୋର୍ଟର ଆଇନଜୀବୀ ସୂର୍ଯ୍ୟମଣି ପାଢୀ ।

ଯାଜପୁର ଜହ୍ନା ଗାଁର ବାସିନ୍ଦା ଆଇନଜୀବୀ ସୂର୍ଯ୍ୟମଣି ପାଢୀ ଦିଂବଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି । ଆଇନଜୀବୀ ସୂର୍ଯ୍ୟମଣି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଉଭୟଙ୍କ ପରିବାରକୁ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

ଆଇନଜୀବୀ ସୂର୍ଯ୍ୟମଣି କହିଛନ୍ତି କୋଭିଡ ବେଳେ କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଅରିନ୍ଦମଙ୍କ କ୍ଷେତ୍ରରେ ମଧ୍ୟ ତାହା ଲାଗୁ କରିବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details