ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଯାଜପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି, ବିଜେଡ଼ି ଏବଂ କଂଗ୍ରେସ ସହିତ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Panchayat Election: ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ - ଯାଜପୁର ଜିଲ୍ଲା ପରିଷଦ ନାମାଙ୍କନ
ଯାଜପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ
Panchayat Election Update: ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
Panchayat Election Update: ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
17 ନମ୍ବର ଜୋନ୍ ପାଇଁ ବିଜେଡ଼ି ପ୍ରାର୍ଥୀ ଗଣେଶ୍ୱର ବରାଳ, 16 ନମ୍ବର ଜୋନ୍ ପାଇଁ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ପ୍ରସାଦ ନାୟକ, 31 ନମ୍ୱର ଜୋନ୍ ପାଇଁ ବିଜେଡ଼ି ପ୍ରାର୍ଥୀ ବିନୋଦ କୁମାର ମାଝୀ, 26 ନମ୍ୱର ଜୋନ୍ ପାଇଁ ବିଜେଡି ପ୍ରାର୍ଥୀ ନନ୍ଦ କିଶୋର ସାମଲ, 27 ନମ୍ବର ଜୋନ୍ ପାଇଁ ବିଜେଡି ପ୍ରାର୍ଥୀ ଅହଲ୍ୟା ସ୍ୱାଇଁ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ