ଓଡିଶା

odisha

ETV Bharat / state

ଜାଗା ମିଶନ ଜରିଆରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ - ଭୂମି ଯୋଗ୍ୟତା ପ୍ରମାଣ ପତ୍ର

ଯାଜପୁରରେ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିବା ଜଣାପଡିଛି । ଏହି ଜାଗାରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜୀବ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇଦିଆଯିବ ।

ଜାଗା ମିଶନ ଜରିଆରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ
ଜାଗା ମିଶନ ଜରିଆରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

By

Published : Oct 15, 2020, 7:37 PM IST

ଯାଜପୁର: ସହରରୁ ବସ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ହେବ । ସମସ୍ତ ପରିବାରକୁ ସରକାରୀ ଜାଗା ସହିତ ସରକାରୀ ଘର ଯୋଗାଇ ଦିଆଯିବ । ଆଜି ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ସହରର କଲ୍ୟାଣପୁର ବସ୍ତି ଅଞ୍ଚଳର ୨୨ ଜଣଙ୍କୁ ୩୦ ସ୍କୋୟାର ମିଟର ଜାଗା ଯୋଗାଇ ଦିଆଯାଇଛି। ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାନ୍ତି ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିବା ଜଣାପଡିଛି ।

ଜାଗା ମିଶନ ଜରିଆରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ଏହି କାର୍ଯ୍ୟକ୍ରମରେ ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୂର୍ବତନ ପୌରାଧ୍ୟକ୍ଷ ଭାବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜାଗାରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜୀବ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇଦିଆଯିବ ।

ଏହି ଅବସରରେ ପୂର୍ବତନ ଉପାଧ୍ୟକ୍ଷ ସନ୍ତୋଷ ମଳିକ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକଙ୍କ ସମେତ ପୌରପାଳିକାର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ହିତାଧିକାରୀମାନେ ଜାଗାମିଶନ ମାଧ୍ୟମରେ ଭୂମି ପ୍ରମାଣପତ୍ର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details