ଯାଜପୁର:କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି (ସୋମବାର) ଯାଜପୁର ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିରେ ଆଇଏନଟିୟୁସିର ସଭାପତି ବିଦ୍ୟାଧର ମହାନ୍ତି, ଜିଲ୍ଲା ସିଆଇଟିୟୁର ସଭାପତି ପ୍ରଫୁଲ୍ଲ ନାୟକ, ଅଣସଙ୍ଗଠିତ ଶ୍ରମିକ ସଙ୍ଘ, ବିଭିନ୍ନ ଶ୍ରମିକ ସଙ୍ଘର ବରିଷ୍ଠ ନେତାମାନେ ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
ଏଥିସହିତ ଭୁବନେଶ୍ବର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ସମୟ ଧରି ଅଟକାଇବା ସହ ଟ୍ରେନ ଆଗରେ ଆନ୍ଦୋଳନ କରିଛନ୍ତି ବିଭିନ୍ନ ସଙ୍ଗଠନର ନେତାମାନେ । ସୂଚନାନୁସାରେ ଉତ୍ତରପ୍ରଦେଶର ଲଖିମପୁରରେ କୃଷକଙ୍କର ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡି ଚଢ଼େଇ ଦେଇଥିବା ନେଇ ହୋଇଥିଲା ଅଭିଯୋଗ । ଯାହାଫଳରେ ଅନେକ କୃଷକ ମୃତ୍ୟୁବରଣ କରିଥିଲେ ।