ଓଡିଶା

odisha

ETV Bharat / state

ମିଳୁନି ଦରମା, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ - ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଜାଗୃତି ନାମକ ଠିକା ସଂସ୍ଥା ଶତାଧିକ କର୍ମଚାରୀଙ୍କୁ ତାଙ୍କର ଦୁଇି ମାସର ପାଉଣା ନଦେଇ କାମରୁ ବିରତି ଦେଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଆନ୍ଦୋଳନ କରିଛନ୍ତି ।

ମିଳୁନି ଦରମା: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

By

Published : Oct 5, 2019, 11:00 PM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ପୌରପରିଷଦ ଅଧିନରେ ସଫେଇ କାର୍ଯ୍ୟରେ ନିୟୋଜିତ ଶତାଧିକ କର୍ମଚାରୀଙ୍କୁ ତାଙ୍କର ଦୁଇି ମାସର ପାଉଣା ନଦେଇ ଜାଗୃତି ନାମକ ଠିକା ସଂସ୍ଥା କାମରୁ ବିରତି ଦେଇଥିବା ଅଭିଯୋଗ ହୋଇଛି । ଯାହା ପ୍ରତିବାଦରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ମିଳୁନି ଦରମା: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ । ଯେଉଁ କାରଣରୁ ସମସ୍ତଙ୍କୁ ବୋନସ ଦିଆଯାଉଛି । ମାତ୍ର ଏହି କର୍ମଚାରୀଙ୍କୁ ବୋନସ ବଦଳରେ ଚାକିରୀରୁ ଛଟେଇ କରାଯାଉଛି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ପାଇଖାନା, ନାଳ ନର୍ଦ୍ଦମା ସଫା କରିବା କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ନଦେବା ଦ୍ବାରା ସେମାନେ ହତାଶ ହୋଇ ପଡିଛନ୍ତି ।

ଅଭିଯୋଗ ଅନୁସାରେ, ଶ୍ରମିକଙ୍କୁ ଅଗଷ୍ଟ ଏବଂ ସେପ୍ଟେମ୍ବର ଦୁଇ ମାସର ଦରମା ପାଇନଥାନ୍ତି । ଯେଉଁ କାରଣରୁ ସେମାନେ ବକେୟା ପାଉଣା, ବୋନସ ଓ ସ୍ଥାୟି କାମ ପାଇଁ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଏହି କର୍ମଚାରୀଙ୍କ ମଧ୍ୟରେ ଅନେକ ମହିଳା ଥିବା ଜଣା ପଡିଛି । ତେବେ ଏନେଇ ଜାଗୃତି ଏବଂ ପୌର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥିବା କାରଣରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details