ଯାଜପୁର : ଆଜି ସୁକିନ୍ଦା ରୋଡ ଲୋଡିଂ ଅଲୋଡିଂ ଶ୍ରମିକ ସଂଗଠନର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତରେ ଶତାଧିକ ଶ୍ରମିକ ଓ ଗ୍ରାମବାସୀ ବ୍ୟାସନଗର ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ଦଳା ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ପ୍ରକାଶଯୋଗ୍ୟ ଦାନଗଦି ବ୍ଲକ ମାନପୁର ଗୋଲେଇ ଛକର ରାସ୍ତା ଅତ୍ୟନ୍ତ ଖରାପ ହେବା ଯୋଗୁଁ ସେଠାରେ ପ୍ରତ୍ୟେକ ଦିନ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି ।
ମାନପୁର ଗୋଲେଇ ଛକକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ଦାବିପତ୍ର ପ୍ରଦାନ - ରାସ୍ତା ନିର୍ମାଣ ଦାବିରେ ଦାବିପତ୍ର ପ୍ରଦାନ
ମାନପୁର ଗୋଲେଇ ଛକକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ଦଳାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲା ଶ୍ରମିକ ସଂଗଠନ । ଅଧିକ ପଢ଼ନ୍ତୁ
ମାନପୁର ଗୋଲେଇ ଛକକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ଦାବିପତ୍ର ପ୍ରଦାନ
ମାନପୁର ଗୋଲେଇ ଛକକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବିରେ ଦାବିପତ୍ର ପ୍ରଦାନ
ଏହି ରୋଡଟି କଳିଙ୍ଗନଗର କାରଖାନା ଯିବାକୁ ମୁଖ୍ୟ ରାସ୍ତା ହେଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ତେବେ ଏହି ରାସ୍ତାର ଗୁରୁତ୍ୱକୁ ଦେଖି ସ୍ଥାନୀୟ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଶ୍ରମିକ ସଂଗଠନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କଲେବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ଆଜି ଶ୍ରମିକ ସଂଗଠନର ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଓ ଗ୍ରାମବାସୀ ବ୍ୟାସନଗର ଦଳାସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ