ଓଡିଶା

odisha

By

Published : Sep 4, 2020, 5:21 PM IST

ETV Bharat / state

କାଳିଆପାଣି ଇମ୍ପା କ୍ରୋମାଇଟ ଖଣିରେ ଶ୍ରମିକ ଅଶାନ୍ତି, ଆନ୍ଦୋଳନରେ ଶହଶହ ଶ୍ରମିକ ଓ କର୍ମଚାରୀ

ସୁକିନ୍ଦା ଖଣି ଉପତ୍ୟକାର କାଲିଆପାଣି ଠାରେ ଥିବା ଇମ୍ପା ଖଣିରେ ଶ୍ରମିକ ଅଶାନ୍ତି । କୋରୋନା ଆଳରେ ଛଡେଇ ନେଇଛି ଶହ ଶହ ଶ୍ରମିକଙ୍କ ଜୀବିକା। କର୍ମଚାରୀଙ୍କୁ ଦେଉନାହିଁ ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଦରମା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଲୋଡିଂ ଶ୍ରମିକ ଓ କର୍ମଚାରୀ। ୨ ଦିନ ହେବ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଅଧିକ ପଢନ୍ତୁ...

କାଳିଆପାଣି ଇମ୍ପା କ୍ରୋମାଇଟ ଖଣିରେ ଶ୍ରମିକ ଅଶାନ୍ତି, ଆନ୍ଦୋଳନରେ ଶହଶହ ଶ୍ରମିକ ଓ କର୍ମଚାରୀ
କାଳିଆପାଣି ଇମ୍ପା କ୍ରୋମାଇଟ ଖଣିରେ ଶ୍ରମିକ ଅଶାନ୍ତି, ଆନ୍ଦୋଳନରେ ଶହଶହ ଶ୍ରମିକ ଓ କର୍ମଚାରୀ

ଯାଜପୁର: ଶ୍ରମିକଙ୍କ ପେଟରେ ଲାତ ମାରିଛି ଇମ୍ଫା କମ୍ପାନୀ । ଉଜାଡି ଦେଇଛନ୍ତି ସେମାନଙ୍କ ଭାତ ହାଣ୍ଡି। କୋରୋନା ଆଳରେ ଛଡାଇ ନେଇଛି ଶହ ଶହ ଶ୍ରମିକଙ୍କ ଜୀବିକା। ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଠାରେ ଥିବା ଇମ୍ପା ଖଣିରେ ଏନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି। ଖଣି କର୍ତ୍ତୃପକ୍ଷ କାମ ଦେଉନଥିବା ଅଭିଯୋଗ ସହ ୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ । ଗତ ୨ ଦିନ ହେଲା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।

କାଳିଆପାଣି ଇମ୍ପା କ୍ରମାଇଟ ଖଣିରେ ଶ୍ରମିକ ଅଶାନ୍ତି, ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ

କୋରୋନା ମହାମାରୀର ବିଭିନ୍ନ କଟକଣା ଯୋଗୁଁ ସରକାରଙ୍କ ନିୟମ ପାଳନ କରି ଖଣିରେ ଅଳ୍ପ ସଂଖ୍ୟକ ଲୋକ କାମ କରୁଥିଲେ । ଗତ ୧ ତାରିଖ ଦିନ ହଠାତ୍ ଇମ୍ଫା ଖଣି କର୍ତୃପକ୍ଷ ଉକ୍ତ ଲୋଡିଂ ଶ୍ରମିକଙ୍କୁ କାମରେ ଯୋଗ ଦେବାକୁ ମନା କରିଦେଲେ। ପୂର୍ବରୁ ଲୋଡିଂ କାମ ଲେବର ମାନେ କରୁଥିବା ବେଳେ ବର୍ତ୍ତମାନ ଏହା ମେସିନ୍ ସାହାଯ୍ୟରେ କରାଯାଉଛି। ଫଳରେ ଶ୍ରମିକ ମାନେ ଜୀବିକା ହରାଇଛନ୍ତି। ତେଣୁ ବାଧ୍ୟ ହୋଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁର୍ନବାର କାମ ଯୋଗାଇ ଦିଆ ନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ସହ ଖଣି ସମ୍ମୁଖରେ ଶ୍ରମିକମାନେ ସପରିବାରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଗକୁ ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଇମ୍ଫା ଖଣି କର୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକ ମାନେ କହିଛନ୍ତି। ଶ୍ରମିକଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଇମ୍ଫା ଖଣିରେ କାର୍ଯ୍ୟରତ ଅନେକ କର୍ମଚାରୀ। କେନ୍ଦ୍ର ସରକାର ବୃଦ୍ଧି କରିଥିବା ମହଙ୍ଗା ଭତ୍ତା ସମେତ ବର୍ଦ୍ଧିତ ଦରମା ଓ ମେଡିକାଲ ଫାସିଲିଟି ଆଦି ଅନ୍ୟାନ୍ୟ ଆନୁସାଙ୍ଗିକ ସୁଯୋଗ ଦିଆଯାଉ ନାହିଁ । କୋରୋନା ଆଳରେ କର୍ମଚାରୀ ମାନଙ୍କୁ ଏଭଳି ନିର୍ଯ୍ୟାତିତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଇମ୍ଫା ଲୋଡିଂ ଶ୍ରମିକ ଓ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ। ତେଣୁ ସଂଘ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଶ୍ରମିକ ଓ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଇମ୍ଫା ଖଣିରୁ କ୍ରୋମାଇଟ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସୁକିନ୍ଦା ଆଞ୍ଚଳିକ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଏନେଇ ଇମ୍ଫା ଖଣି କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅବିଳମ୍ବେ ଏହି ଲୋଡିଂ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦିଆ ନଗଲେ, ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଦେଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details