ଓଡିଶା

odisha

By

Published : Feb 2, 2021, 1:56 PM IST

Updated : Feb 2, 2021, 2:03 PM IST

ETV Bharat / state

ଝରାଫୁଲ ବାପାଙ୍କ ଉପସ୍ଥିତିରେ ରାକେଶକୁ ଜେରା କରୁଛି କୁଆଖିଆ ପୋଲିସ

ଝରାଫୁଲ ରହସ୍ୟଜନକ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଆଜି ତିନି ଦିନିଆ ରିମାଣ୍ଡରେ ଆଣିବା ରାକେଶକୁ ଜେରା କରୁଛି କୁଆଖୁଆ ପୋଲିସ । ଅଧିକ ପଢନ୍ତୁ...

ଅଭିଯୁକ୍ତ ରାକେଶକୁ ଜେରା କରୁଛି କୁଆଖୁଆ ପୋଲିସ
ଅଭିଯୁକ୍ତ ରାକେଶକୁ ଜେରା କରୁଛି କୁଆଖୁଆ ପୋଲିସ

ଯାଜପୁର: ଝରାଫୁଲ ରହସ୍ୟଜନକ ମୃତ୍ୟୁ ଘଟଣା । ଘଟଣାର ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଆଜି ତିନି ଦିନିଆ ରିମାଣ୍ଡରେ ଆଣିବା ପରେ ପଚରାଉଚୁରା କରୁଛି କୁଆଖିଆ ପୋଲିସ । ତଦନ୍ତ ସରିବା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ କହିଛନ୍ତି ।

ଅଭିଯୁକ୍ତ ରାକେଶକୁ ଜେରା କରୁଛି କୁଆଖୁଆ ପୋଲିସ

ସେପଟେ, ପୋଲିସ ଅଭିଯୁକ୍ତକୁ ପଚରା ଉଚୁରା କରୁଥିବାବେଳେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ପହଞ୍ଚିଛନ୍ତି । ପୋଲିସ ଡାକରାରେ ସେ ଥାନାକୁ ଆସିଥିବା କହିଛନ୍ତି । ଏହା ସହ ରାକେଶର ସହଯୋଗୀକୁ ଗିରଫ କରିବାକୁ କରିବା ସହ ଝରାଫୁଲଙ୍କ ଫୋନ ଜବତ କରିବାକୁ ମଧ୍ୟ ଦାବି କରିଛନ୍ତି । ଭିସରା ରିପୋର୍ଟ ପାଇଁ ଝରାଫୁଲଙ୍କ ମୃତଦେହର ଅଂଶବିଶେଷ ବା ତାଙ୍କ ଅଙ୍ଗକୁ ପରୀକ୍ଷା ପାଇଁ ଭୁବନେଶ୍ବର ଲାବୋରେଟରୀକୁ ପଠାଯାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।

ଅନ୍ୟପଟେ, ଅଭିଯୁକ୍ତକୁ ପଚାର ଉଚାର କରିବା ସହ ଭୁବନେଶ୍ବର ଧର୍ମବିହାର ଗେଷ୍ଟହାଉସ ଓ ଲିଙ୍ଗରାଜ ଥାନା ଅଞ୍ଚଳର ରେଷ୍ଟୁରାଣ୍ଟରେ ଖାଇବା ସମୟର ସିସିଟିଭ ପୁଟେଜର ମଧ୍ୟ ଯାଞ୍ଚ କରାଯିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 2, 2021, 2:03 PM IST

ABOUT THE AUTHOR

...view details