ଓଡିଶା

odisha

ETV Bharat / state

ରାହୁଲଙ୍କୁ ଆକ୍ରମଣ ପ୍ରତିବାଦରେ କୋରେଇ କଂଗ୍ରେସର ବିକ୍ଷୋଭ - jajpur Korei Congress protest

ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ ପୋଲିସ ଦ୍ବାରା ଆକ୍ରମଣକୁ କୋରେଇ ବ୍ଲକ୍ ପକ୍ଷରୁ ପ୍ରତିବାଦ କରାଯାଇଛି । ଶୁକ୍ରବାର କୋରେଇ କଂଗ୍ରେସର ଶ୍ରମିକ ନେତା ଵିଦ୍ୟାଧର ମହାନ୍ତିଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ..

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ କୋରେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ କୋରେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

By

Published : Oct 2, 2020, 5:53 PM IST

ଯାଜପୁର:ଉତ୍ତରପ୍ରଦେଶ ପୋଲିସ ଦ୍ବାରା ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ କୋରେଇ ବ୍ଲକ୍ ପକ୍ଷରୁ ଶୁକ୍ରବାର ବ୍ୟାସନଗରରେ ପ୍ରତିବାଦ କରାଯାଇଛି । ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ସୂଚନା ମିଳିଛି ।

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ କୋରେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବର୍ତ୍ତମାନ ସମୟର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭେଟିବାକୁ ଯିବା ସମୟରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଅଟକାଇଥିଲା । ତେବେ ଏହି ଘଟଣାର ପ୍ରତିବାଦ କରି ଶୁକ୍ରବାର କୋରେଇ କଂଗ୍ରେସର ଶ୍ରମିକ ନେତା ଵିଦ୍ୟାଧର ମହାନ୍ତିଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକାକୁ କଂଗ୍ରେସ ନେତାମାନେ ଦାହ କରିଥିଲେ । ଏହି ଆନ୍ଦୋଳନରେ ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ମହିଳା ସଭାନେତ୍ରୀ ଇତିଶ୍ରୀ ମହାନ୍ତି, କୋରେଇ ବ୍ଳକ ସଭାପତି ମଧୁସୂଦନ ସାହୁ, ବରିଷ୍ଠ କଂଗ୍ରେସ ନେତା ସୁଧାନିଧି ମହାପାତ୍ର ଏବଂ କୋରେଇ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details