ଓଡିଶା

odisha

By

Published : Oct 20, 2020, 4:11 PM IST

ETV Bharat / state

କୋରେଇ ଲକ୍ଷ୍ମୀନଗର ଲୁଟ ଘଟଣା, 4 ଲୁଟେରା ଗିରଫ

ଯାଜପୁର ଜିଲ୍ଲାର କୋରେଇ ଥାନା ରଗଡି ଲକ୍ଷ୍ମୀନଗର ଅଞ୍ଚଳରେ ଗତ 10 ତାରିଖରେ ବଡ ଧରଣର ଡକାୟତି ହୋଇଥିଲା । ତେବେ ଉକ୍ତ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋରାଇ ଲକ୍ଷ୍ମୀନଗର ଲୁଟ ଘଟଣା, 4 ଲୁଟେରା ଗିରଫ
କୋରାଇ ଲକ୍ଷ୍ମୀନଗର ଲୁଟ ଘଟଣା, 4 ଲୁଟେରା ଗିରଫ

ଯାଜପୁର: ଜିଲ୍ଲାର କୋରେଇ ଥାନା ରଗଡି ଲକ୍ଷ୍ମୀନଗର ଅଞ୍ଚଳରେ ଗତ 10 ତାରିଖରେ ଡକାୟତି ହୋଇଥିଲା । ତେବେ ଉକ୍ତ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ପୋଲିସ । ଅଧିକ ପଚରା ଉଚରା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।

କୋରାଇ ଲକ୍ଷ୍ମୀନଗର ଲୁଟ ଘଟଣା, 4 ଲୁଟେରା ଗିରଫ

ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖ ବିଳମ୍ବିତ ରାତିରେ ରଗଡି ଲକ୍ଷ୍ମୀନଗର ଅଞ୍ଚଳର ତିର୍ଥବାସୀ ନନ୍ଦଙ୍କ ଘରେ ଡକାୟତି ହୋଇଥିଲା । 5 ରୁ 6 ଜଣ ସଶସ୍ତ୍ର ଡକାୟତ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ପରେ ପରିବାର ଲୋକଙ୍କୁ ମାଡ ମାରିବା ସହିତ ସୁନା ଓ ରୂପା ଅଳଙ୍କାର, ନଗଦ 20 ହଜାର ଟଙ୍କା, 4ଟି ମୋବାଇଲ ଫୋନ ଓ ପିତ୍ତଳ କଂସା ବାସନ ଲୁଟି ନେଇଥିଲେ । ପରେ ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ଏହି ଘଟଣାର ତଦନ୍ତ କରି ମଙ୍ଗଳବାର ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ନିକଟରୁ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ସମୟରେ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ 5 ହଜାର ଟଙ୍କା ଓ 5ଟି ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details