ଓଡିଶା

odisha

ETV Bharat / state

ନାବାଳିକା ଅପହରଣ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ

ଗତ ୩ ମାସ ତଳେ ହୋଇଥିବା ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଏବଂ ନାବାଳିକାକୁ ଠାବ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ପ୍ରତିବାଦ କରି ଥାନା ଘେରିଲେ ଗ୍ରାମବାସୀ ।

Kidnapping of minors case
ନାବାଳିକା ଅପହରଣ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ

By

Published : Mar 8, 2020, 5:23 PM IST

ଯାଜପୁର: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ । ଗତ ୩ ମାସ ତଳେ ହୋଇଥିବା ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ଏବଂ ନାବାଳିକାକୁ ଠାବ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ପ୍ରତିବାଦ କରି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ନାବାଳିକା ଅପହରଣ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ

ମନ୍ଦାରୀ ଗାଁର ଜନୈକ ନାବାଳିକା ଛାତ୍ରୀକୁ କଟକର ଏକ ଘରୋଇ କଲେଜକୁ ଯିବା ବାଟରେ ଅପହରଣ କରି ନିଆଯାଇଥିଲା । ଘଟଣା ସମ୍ପର୍କରେ ତିନି ମାସ ତଳେ ବରୀ ରାମଚନ୍ଦ୍ରପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏପରିକି ଏହି ଅପହରଣ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରି ଗ୍ରାମବାସୀ ଥାନା ଜିମା ଦେବା ପରେ ମଧ୍ୟ ପୋଲିସ ସେମାନଙ୍କୁ ଛାଡି ଦେଉଥିବା ଅଭିଯୋଗ କରିଛନ୍ତି ।

ତେବେ ତୁରନ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ଯଦି ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ନ ନିଏ ଆଗକୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ପରିବାର ଓ ସମ୍ପର୍କୀୟ ଲୋକେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details