ଓଡିଶା

odisha

ETV Bharat / state

ପାଣିକୋଇଲିରୁ ଅପହୃତ ନାବାଳକ ଉଦ୍ଧାର - kidnapped minor was rescued from the Panikouli rudhia area

ଉଦ୍ଧାର ହେଲା ଅପହୃତ ହୋଇଥିବା ନାବାଳକ । ପାଣିକୋଇଲି ଥାନା ଅନ୍ତର୍ଗତ ରୁଡ଼ିଆ ବ୍ରିଜ ନିକଟରୁ କାନ୍ଦୁଥିବା ଅବସ୍ଥାରେ ଏକ ୮ ବର୍ଷର ନାବାଳକ ଶିଶୁକୁ ଉଦ୍ଧାର କରିଛି ପନିକୋଇଲିର ଆମେ ବିପଦର ସାଥି ଅନୁଷ୍ଠାନ । ଅଧିକ ପଢନ୍ତୁ...

ପାଣିକୋଇଲି ଥାନା ରୁଢ଼ିଆ ନିକଟରୁ ଉଦ୍ଧାର ହେଲା ଅପହୃତ ନାବାଳକ
ପାଣିକୋଇଲି ଥାନା ରୁଢ଼ିଆ ନିକଟରୁ ଉଦ୍ଧାର ହେଲା ଅପହୃତ ନାବାଳକ

By

Published : Dec 28, 2020, 11:01 AM IST

ଯାଜପୁର: ଉଦ୍ଧାର ହେଲା ଅପହୃତ ହୋଇଥିବା ନାବାଳକ । ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ରୁଡ଼ିଆ ବ୍ରିଜ ନିକଟରୁ କାନ୍ଦୁଥିବା ଅବସ୍ଥାରେ ଏକ ୮ ବର୍ଷର ନାବାଳକ ଶିଶୁକୁ ଉଦ୍ଧାର କରିଛି ପନିକୋଇଲିର ଏକ ସାମାଜିକ ଅନୁଷ୍ଠାନ ଆମେ ବିପଦର ସାଥି ଅନୁଷ୍ଠାନ ।

ପାଣିକୋଇଲି ଥାନା ରୁଢ଼ିଆ ନିକଟରୁ ଉଦ୍ଧାର ହେଲା ଅପହୃତ ନାବାଳକ

ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ୧୦୯୮ ଚାଇଲଡ଼ ହେଲ୍ପ ଲାଇନକୁ ପାଣିକୋଇଲି ଥାନାରୁ କଲ ଆସିବା ପରେ ଥାନାରେ ପହଞ୍ଚିଥିଲେ ଚାଇଲଡ଼ ହେଲ୍ପ ଲାଇନର ସଦସ୍ୟମାନେ । ଆଇଆଇସିଙ୍କ ସୂଚନାକ୍ରମେ ବିଞ୍ଝାରପୁର ଥାନା ମାଁ ସଡା ବାଳମକୁଳି ଅଞ୍ଚଳରୁ କେହିଜଣେ ଅଜଣାବ୍ୟକ୍ତି ନାବାଳକଟିକୁ ଅପହରଣ କରି ନେଇଯାଉଥିଲା । ଶିଶୁଟି କାନ୍ଦିବାରୁ ଅପହରଣକାରୀ ପିଲାଟିକୁ ରୁଡ଼ିଆ ବ୍ରିଜ ନିକଟରେ ଛାଡି ପଳେଇଥିଲା । ତେବେ ଠିକ ସମୟରେ ଆମେ ବିପଦର ସାଥି ଗ୍ରୁପ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ପାଣିକୋଇଲି ଥାନାରେ ଜିମା ଦେଇଥିଲେ ।

ତେବେ ଆଜି ଶିଶୁଟିର ମେଡିକାଲ ଚେକଅପ୍ ପରେ cwc ଜିମା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଚାଇଲଡ଼ ହେଲ୍ପ ଲାଇନର ସଦସ୍ୟ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details