ଯାଜପୁର: ଜିଲ୍ଲାର ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ସାରୁଆବିଲ ଓ କମରଦା ଖଣିରେ ତୁରନ୍ତ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦେବା ସହିତ କଂସ ପଞ୍ଚାୟତର ବେକାର ଯୁବକ ଓ ଯୁବତୀଙ୍କୁ ସ୍ଥାନୀୟ ଖଣିରେ ନିଯୁକ୍ତି ଦେବା ଦାବିରେ ଗଣ ଧାରଣା ଦିଆଯାଇଛି ।
ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚର ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା - ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚର ପୁନଃ ନିଯୁକ୍ତି ପାଇଁ ଧାରଣା
ଯାଜପୁର ଜିଲ୍ଲାର ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଅଧିକ ପଢନ୍ତୁ
ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚର ଜିଲ୍ଲାପାଳ ଅଫିସ ଆଗରେ ଗଣ ଧାରଣା
ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚର ଜିଲ୍ଲାପାଳ ଅଫିସ ଆଗରେ ଗଣ ଧାରଣା
ଏଥିସହିତ ପୂର୍ବରୁ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି । ପୂର୍ବରୁ ଏନେଇ ପ୍ରଶାସନ ନିକଟରେ ଦାବି କରାଯାଇ ଆସୁଥିଲେ ହେଁ ଦାବି ପ୍ରତି ଅଣଦେଖା କରୁଛନ୍ତି ଖଣି କମ୍ପାନୀ କର୍ତ୍ତୃପକ୍ଷ । ଏହାର ପ୍ରତିବାଦରେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଯାଜପୁର
TAGGED:
sukinda mines labour protest