ଯାଜପୁର:ପବିତ୍ର ବିଜୟା ଦଶମୀ ଅବସରରେ ଯାଜପୁର ଜିଲ୍ଲା ଅଧିନ କଣ୍ଟାଝରିଗଡ ଅଞ୍ଚଳରେ ପାରମ୍ପରିକ ପାଇକ ଆଖଡ଼ା ଅନୁଷ୍ଠିତ ହୋଇଯାଇଛି । ଆଉ ଏହି ଅବସରରେ ପରମ୍ପରାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ ଗ୍ରାମର ଉଭୟ ପୁରୁଷ ମହିଳା ଓ ଯୁବତୀ ମାନେ ଖଣ୍ଡା ଓ ବାଡ଼ି ଧରି ଖେଳ ପ୍ରଦର୍ଶନ କରୁଛନ୍ତି ।
ସୂଚନାନୁଯାୟୀ ଦଶହରାର କିଛିଦିନ ପୂର୍ବରୁ ଗ୍ରାମର କିଛି ମହିଳା ଓ ପୁରୁଷ ପାଇକ ଆଖଡ଼ା ପାଇଁ ତାଲିମ ନେଇଥାନ୍ତି ଏବଂ ଦଶହରା ଦିନ ସମସ୍ତେ ଏକତ୍ରିତ ହୋଇ ଗାଁ ଦାଣ୍ଡରେ ପାଇକ ଆଖଡ଼ା ଖେଳ ପ୍ରଦର୍ଶନ କରିଥାନ୍ତି । ତେବେ ଏହି ଖେଳ ଖଣ୍ଡା ଓ ବାଡ଼ି ଆଦି ବିଭିନ୍ନ ଖେଳ ସହ ନୃତ୍ୟ ଗୀତରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠୁଛି ।