ଯାଜପୁର: କଳିଙ୍ଗନଗର ପୋଲିସ ଦ୍ବାରା ୭ ଡକାୟତ ଗିରଫ । ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକ ନିକଟରୁ ୭ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଗତ ୮ ତାରିଖ ବିଳମ୍ବିତ ରାତିରେ ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯାଇଛି ।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ଓ ବହୁ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତମାନେ ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ଗ୍ରାମର ଇନ୍ଦ୍ରମଣୀ ମହାନ୍ତ, ଡୁବୁରୀ ମାଟିସାହିର ଜଗନ ଦାସ, ଜୁନା ବେହେରା,ନଡିଆଭଙ୍ଗା ଗାଁର ଅଗସ୍ତି ଦାସ, ଯାଜପୁର ରୋଡ ଥାନା ଦାନଗଦି ଗାଁର ସୋନୁ ସେଠୀ, ପ୍ରମୋଦ ମଲ୍ଲିକ, ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ପ୍ରମୋଦ ରଣା ବୋଲି ଜଣାପଡିଛି ।
ସେମାନଙ୍କ ନିକଟରୁ ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି କଟୁରି ରହିଛି । ଏହାସହ ୪ ଟି ବାଇକ ଓ ୧୦ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଛି ପୋଲିସ ।