ଓଡିଶା

odisha

ETV Bharat / state

୪ ଦଫା ଦାବି ନେଇ ମେସ୍କୋ ଷ୍ଟିଲ ୱାର୍କର୍ସ ୟୁନିଅନର ବିକ୍ଷୋଭ - Kalinganagar MESCO

ମେସ୍କୋ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ବକେୟା ପାଉଣା ପ୍ରଦାନ ସହିତ ୪ ଦଫା ଦାବିରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ମେସ୍କୋ ଷ୍ଟିଲସ୍ ୱର୍କର୍ସ ୟୁନିଅନ । ଅଧିକ ପଢନ୍ତୁ..

Kalinganagar MESCO steel workers union protest
୪ ଦଫା ଦାବି ନେଇ ମେସ୍କୋ ଷ୍ଟିଲ ୱାର୍କର୍ସ ୟୁନିଅନର ବିକ୍ଷୋଭ

By

Published : Jun 2, 2020, 5:29 PM IST

ଯାଜପୁର: କଳିଙ୍ଗନଗର ମେସ୍କୋ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ବକେୟା ପାଉଣା ଦାବିରେ ବିକ୍ଷୋଭ । ୪ ଦଫା ଦାବି ନେଇ ମେସ୍କୋ ଷ୍ଟିଲସ୍‌ ୱାର୍କର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମେସ୍କୋ ଷ୍ଟିଲ କାରଖାନାର ପୁନଃକାର୍ଯ୍ୟକ୍ଷମ ଦାବିରେ ବିକ୍ଷୋଭ

ଦୀର୍ଘଦିନ ଧରି କମ୍ପାନୀ ବନ୍ଦ ଥିବାରୁ ଏହାକୁ ପୁନଃ ଆରମ୍ଭ କରିବା, ୨୦୧୯ ଡିସେମ୍ବର ମାସରୁ ବକେୟା ପାଉଣାକୁ ତୁରନ୍ତ ପ୍ରଦାନ, ନୋ ୱାର୍କ ନୋ ପେ ନିୟମକୁ ପ୍ରତ୍ୟାହାର ଏବଂ କର୍ମଚାରୀଙ୍କର ଇପିଏଫ ପାଣ୍ଠିକୁ ନିୟମିତ କରିବା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲେ ସୁ୍ଦ୍ଧା ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ୟୁନିଅନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ ଶ୍ରମ ଆୟୁକ୍ତଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details