ଓଡିଶା

odisha

ETV Bharat / state

କଳଙ୍କି ଖାଉଛି କଳିଙ୍ଗନଗର କାରଖାନା, ଦହଗଞ୍ଜ ଶ୍ରମିକ

ଶିଳ୍ପ ନଗରୀ କଳିଙ୍ଗନଗରର ସ୍ଥିତି ଏବେ ସଙ୍ଗୀନ । ଭାଙ୍ଗି ଯାଇଛି ଅନେକ ବଡ ବଡ ଇସ୍ପାତ କାରଖାନାର ମେରୁଦଣ୍ଡ । ଫଳରେ ହଜାର ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇଲେଣି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କଳିଙ୍କି ଖାଉଛି  କଳିଙ୍ଗନଗର କାରଖାନା, ଦହଗଞ୍ଜ ହେଉଛନ୍ତି ଶ୍ରମିକ
କଳିଙ୍କି ଖାଉଛି କଳିଙ୍ଗନଗର କାରଖାନା, ଦହଗଞ୍ଜ ହେଉଛନ୍ତି ଶ୍ରମିକ

By

Published : Aug 6, 2020, 2:56 PM IST

Updated : Aug 7, 2020, 6:29 AM IST

ଯାଜପୁର: ଶିଳ୍ପ ନଗରୀ କଳିଙ୍ଗନଗରର ସ୍ଥିତି ଏବେ ବେଶ୍‌ ସଙ୍ଗୀନ। ବର୍ତ୍ତମାନ ଏଠାରେ ବହୁ କାରଖାନା ବନ୍ଦ ହୋଇଯାଇଥିବା ବେଳେ ଅନେକ ଏବେ ବନ୍ଦ ହେବା ସ୍ଥିତିରେ । ଫଳରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇଲେଣି । ମେସ୍କୋ ଷ୍ଟିଲ ୬ ମାସ ହେଲା କର୍ମଚାରୀଙ୍କୁ ଦରମା ଦେଇନଥିବା ଅଭିଯୋଗ ହୋଇଥିବାବେଳେ ମୈଥାନ ଇସ୍ପାତ ୧୮ ମାସ ଓ ନୀଳାଚଳ ଇସ୍ପାତ ନିଗମରେ ୪ ମାସ ହେଲା ସେମାନଙ୍କ ଶ୍ରମିକ ଓ କର୍ମଚାରୀଙ୍କୁ ଦରମା ଦିଆଯାଇ ନାହିଁ । ଏବେ ସମସ୍ତଙ୍କୁ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା । ମାସ ମାସ ଧରି ଦରମା ନମିଳିବାରୁ ସେମାନଙ୍କ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି ଅତି ଶୋଚନୀୟ ହୋଇପଡିଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଶ୍ରମିକ ଓ କର୍ମଚାରୀମାନେ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

କଳିଙ୍କି ଖାଉଛି କଳିଙ୍ଗନଗର କାରଖାନା, ଦହଗଞ୍ଜ ହେଉଛନ୍ତି ଶ୍ରମିକ

ଅତି ଶୋଚନୀୟ ହୋଇପଡିଛି ଅନେକ ବଡ ବଡ ଇସ୍ପାତ କାରଖାନାର ସ୍ଥିତି । ବହୁ କାରଖାନା ବନ୍ଦ ହୋଇଯାଇଥିବା ବେଳେ ଅନେକ ଏବେ ବନ୍ଦ ହେବା ସ୍ଥିତିରେ । ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟେଗ ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ୍‌, ମୈଥାନ ଇସ୍ପାତ, କେ.ଜେ ଇସ୍ପାତ ଓ ରୋହିତ ଫେରୋଟେକ୍ ଆଦି ଇସ୍ପାତ କାରଖାନା ଗୁଡିକ ବନ୍ଦ ଥିବାବେଳେ ଭିସା ଷ୍ଟିଲ୍‌, ୟାଜଦାନୀ ଓ ବି.ଆର.ପି.ଏଲ୍‌(ବୈତରଣୀ ରିଭର ପେଲେଟ୍ ଲିମିଟେଡ୍‌) ଆଦି ଇସ୍ପାତ କାରଖାନା ଗୁଡିକ ଆଂଶିକ ଭାବେ ଚାଲୁଛି । ତେଣୁ ଏଭଳି ପରିସ୍ଥିତି ପାଇଁ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇ ଘରେ ବସିଛନ୍ତି । ମୈଥାନ ଇସ୍ପାତ କାରଖାନାର ଶ୍ରମିକ ଓ କର୍ମଚାରୀ ୧୮ ମାସ ହେଲା ଦରମା ପାଇ ନଥିବା ବେଳେ ମେସ୍କୋ କର୍ମଚାରୀ ୬ ମାସର ଓ ନୀଳାଚଳ ଇସ୍ପାତ କାରଖାନା କର୍ମଚାରୀ ୪ ମାସ ହେବ ଦରମା ପାଇ ନାହାନ୍ତି । ତେବେ ମାସ ମାସ ଧରି ଦରମା ପାଇ ନଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ ପରିବାରର ଆର୍ଥୀକ ଓ ସାମାଜିକ ସ୍ଥିତି ଅତି ଶୋଚନୀୟ ହୋଇପଡିଛି । ଇଂଜିନିୟର ଭାବେ ଦିନେ କାରଖାନରେ କାମ କରୁଥିବା ବ୍ୟକ୍ତି ଆଜି ପରିବାର ପେଟ ପୋଶିବା ପାଇଁ ରାସ୍ତା କଡରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଯଥାଶିଘ୍ର ଏସବୁ ସମସ୍ୟାର ସମାଧାନ ପାଇଁ ଶ୍ରମିକ ଓ କର୍ମଚାରୀମାନେ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

କଳିଙ୍ଗନଗର ଶିଳ୍ପାଂଚଳରେ ପ୍ରଥମ ଘରୋଇ ଶିଳ୍ପାନୁଷ୍ଠାନ ଭାବେ ମେସ୍କୋ ଷ୍ଟିଲ କାର୍ଯ୍ୟକ୍ଷମ ହୋଇଥିଲା । ହେଲେ ମେସ୍କୋ କାରଖାନା କତୃପକ୍ଷ କ୍ଷତିର ଆଳ ଦେଖାଇ ଦିର୍ଘଦିନରୁ କାରଖାନାକୁ ବନ୍ଦ କରି ଦେଇଛନ୍ତି । ଫଳରେ ଶତାଧିକ କର୍ମଚାରୀ ଓ ୫ ଶହରୁ ଉର୍ଦ୍ଧ୍ବ ଶ୍ରମିକ ସେମାନଙ୍କର ଜୀବିକା ହରାଇଛନ୍ତି । ସେହିଭଳି ମେସ୍କୋ ମାଲିକାନା ବା ଅଧିନରେ ଥିବା ମୈଥାନ ଇସ୍ପାତ କାରଖାନାରେ ମଧ୍ୟ ସମାନ ଅବସ୍ଥା । ଆର୍ଥିକ ସଂକଟ ଯୋଗୁଁ ଗତ ୨୦୧୯ ଫେବୃଆରୀ ମାସରୁ ଏହି କାରଖାନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଦୀର୍ଘ ୧୬ ମାସ ହେବ କାରଖାନା ବନ୍ଦ ରହିବା ଫଳରେ ଶହଶହ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ଜୀବିକା ହରାଇଛନ୍ତି । ୧୮ ମାସ ହେବ ଦରମା ପାଇ ନଥିବାରୁ କାରଖାନାରେ କାର୍ଯ୍ୟରତ ୨୭୪ ଜଣ କର୍ମଚାରୀ ଓ ୮ ଶହରୁ ଅଧିକ ଠିକା ଶ୍ରମିକଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି । ସେହିପରି ୪ ମାସ ହେଲା ନୀଳାଚଳ ଇସ୍ପାତ କାରଖାନା କର୍ମଚାରୀଙ୍କୁ ଦରମା ମିଳିନାହିଁ । ଫଳରେ ଏନେଇ ବିଭିନ୍ନ ସମୟରେ ଅନ୍ଦୋଳନ ହେଉଛି । ହେଲେ ଫଳ ଶୂନ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠା ପାଇଁ ଭିଟାମାଟି ହରାଇଥିବା ପରିବାର ମଧ୍ୟ ଆଜି ଜୀବିକା ହରାଇଛନ୍ତି । ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ ପରିବାର । ଏହାର ସମାଧାନ ପାଇଁ ଶ୍ରମ ବିଭାଗ, ଶ୍ରମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯଥାଶିଘ୍ର କୌଣସି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେପଟେ କାରଖାନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଆଜି କଳିଙ୍ଗନଗରରେ ଏଭଳି ପରିସ୍ଥିତି ହେବାର କାରଣ କୋରୋନାର ପ୍ରଭାବ। କାରଣ ଦେଶ ଓ ଦେଶ ବାହାରକୁ କୌଣସି ପରିବହନ ହେଇ ପାରୁନି । ତେଣୁ କଳକାରଖାନାରୁ ଉତ୍ପାଦିତ ସାମଗ୍ରୀ ବହୁ ପରିମାଣର ଷ୍ଟକ ହେତୁ ଶ୍ରମିକ ମାନଙ୍କୁ ଦରମା ଦେବା କଷ୍ଟ ହେଉଛି। ଦେଶର ସ୍ଥିତି ସୁଧୁରିଲେ ସବୁ କାରଖାନାର ସ୍ଥିତି ଠିକ ହେବ।

ଦିନେ ରୋଜଗାରର ପନ୍ଥା ଦେଉଥିବା ଏହି ଶିଳ୍ପନଗରୀ ଏବେ ଭୁଶୁଡିବାକୁ ବସିଛି । ସମୟ ଥାଉଥାଉ ବିକଳ୍ପ ବ୍ୟବସ୍ଥା କରା ନଗଲେ ଦିନ ଆସିବ ବେରୋଜଗାର ହୋଇ ଭୋକ ଉପାସରେ ପ୍ରାଣ ହରାଇବେ ଶହ ଶହ ଶ୍ରମିକ ଓ କର୍ମଚାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 7, 2020, 6:29 AM IST

ABOUT THE AUTHOR

...view details