ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କୁ ହତ୍ୟା ଘଟଣା । ଯାଜପୁରର କଳିଙ୍ଗନଗରରେ ଗତକାଲି ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ପୋଲିସ 4 ଅଭିଯୁକ୍ତକୁ ଗିରଫ କରିଛି ।
ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲି ଗାଁରେ ଗତକାଲି ଗୁଣି ଗାରେଡିକୁ କେନ୍ଦ୍ର କରି ଘଟିଥିବା ଡବଲ ମର୍ଡର ହୋଇଥିଲା । ଅଭିଯୁକ୍ତ ମାନେ ହେଲେ ବିରିମା ଗାଗରାଇ, ଶଙ୍କର ହେସା,ତୋଫାନ ସିଙ୍କୁ ଏବଂ ସାଗର ସିଂକୁ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ର ଧାରାରା ୧୪୭,୧୪୮,୩୦୨,୪୩୬ ଏବଂ ୧୪୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।