ଓଡିଶା

odisha

ETV Bharat / state

ଟ୍ରକ ସଂଘ ମଧ୍ୟରେ ଟଣାଓଟରା, ଅଚଳ କାଳିଆପାଣି ଖଣି ପରିବହନ - truck administration

ଖଣି ପରିବହନକୁ କେନ୍ଦ୍ର କରି କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ଦୀର୍ଘ 10 ଦିନ ହେବ ବନ୍ଦ ରହିଛି। ତେବେ ଟ୍ରକ ମାଲିକ ସଂଘଙ୍କ ଛକାପଞ୍ଝା ଭିତରେ ଅଚଳ ଖଣି ପରିବହନ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : Aug 29, 2019, 6:34 PM IST

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ କେନ୍ଦ୍ର କରି ଲାଗିରହିଛି ଛକାପଞ୍ଝା ଓ ଟଣାଓଟରା । ବିଗତ ୧୦ ଦିନ ହେବ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଖଣି ପରିବହନ ପାଇଁ ହାଇକୋର୍ଟ ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଜିଦ ଧରିବା ପଂଳରେ ଏହି ବିବାଦ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଏନେଇ ସଂଘ ପକ୍ଷରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜିଲ୍ଲା ପ୍ରଶାସନ ଠାରୁ ଜବାବ ତଲବ ରିପୋର୍ଟ ମାଗିଛନ୍ତି । ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଖଣି ଅଞ୍ଚଳରେ ଶାନ୍ତି ଫେରାଇବା ପାଇଁ ଦାବି କରିଥିଲେ । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

ଏହି ନିୟମ କାର୍ଯ୍ୟକାରୀ କରାଗଲେ ଜିଲ୍ଲା ଓ ରାଜ୍ୟ ବାହାରର ଟ୍ରକ ମାଲିକ ମାନେ ଲାଭବାନ ହେବେ ଓ ସ୍ଥାନୀୟ ଟ୍ରକ ମାଲିକ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଯୁକ୍ତି ବାଢ଼ିଛି ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ । ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଦାବିକୁ ଅନ୍ୟ କେତେକ ଟ୍ରକ ମାଲିକ ସଂଘ ବିରୋଧ କରିଛନ୍ତି। ତେବେ ସମସ୍ତ ଟ୍ରକ ମାଲିକ ସଂଘ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଖଣି ପରିବହନ ସୁରୁଖୁରରେ ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।


ସେପଟେ ଖଣି ପରିବହନ ବିବାଦ ପଂଳରେ କଞ୍ଚାମାଲ ଅଭାବ କାରଣ ଦର୍ଶାଇ କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେଣୁ ଏଠାରେ ଶାନ୍ତି ପେଂରାଇ ଆଣିବା ସହିତ ତୁରନ୍ତ ଖଣି ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବୀ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details