ଓଡିଶା

odisha

ETV Bharat / state

ଶକ୍ତିମୟୀ ମା’ କାଳୀଙ୍କ ଆବାହନ ପାଇଁ ପ୍ରସ୍ତୁତ ଯାଜପୁର - kali puja preparation

ଶ୍ୟାମାକାଳୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବ୍ୟାସନଗର ସହର । ଅଧିକ ପଢନ୍ତୁ...

ଶକ୍ତିମୟୀ ମାଆ କାଳିଙ୍କ ଧରାପୃଷ୍ଠକୁ ଆଗମନ

By

Published : Oct 26, 2019, 8:54 PM IST

ଯାଜପୁର: ରାତି ପାହିଲେ ମା’ ଶ୍ୟାମାକାଳୀଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁର ବ୍ୟାସନଗର । ମଣ୍ଡପ ମାନଙ୍କରେ ପୂଜା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ହୋଇପଡିଛନ୍ତି କାରିଗର । ଦିନ ରାତି ଏକ କରି ଲାଗିପଡିଛନ୍ତି ମୂର୍ତ୍ତି ନିର୍ମାଣରେ ।

ଶକ୍ତିମୟୀ ମାଆ କାଳିଙ୍କ ଧରାପୃଷ୍ଠକୁ ଆଗମନ

ସୁଉଚ୍ଚ ତୋରଣ ଓ ଆଲୋକ ସଜ୍ଜା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ କାରିଗର ମାନେ ଆସିଛନ୍ତି । ପୂଜା କମିଟି ଗୁଡିକ ସାଜସଜ୍ଜା ଓ ଅନ୍ୟାନ୍ୟ ଆୟୋଜନରେ ଲାଗିପଡିଛନ୍ତି । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଚଳିତ ବର୍ଷ ସହରର 12ଟି ପୂଜାମଣ୍ଡପରେ ପୂଜା ପାଇବେ ମା' ଶ୍ୟାମାକାଳୀ । ଆସନ୍ତା 7ତାରିଖ ମଧ୍ୟରାତ୍ରୀରୁ ସମସ୍ତ ମଣ୍ଡପରେ ପୂଜା ପାଇବେ ମା' । ସହରର ଚୋରଦା, ରାଧାନାଥ ମାର୍ଗ, ଗୋପବନ୍ଧୁ ମାର୍ଗ, କହ୍ନେଇପୁର, ଧବଳଗିରି, ଚୋରଦା ବାଇପାସ, କୋପଣ୍ଡ, ନୂଆମାର୍କେଟ, ରେଲୱେ ବି.ଏନ.ଆର, ବସ୍ ଷ୍ଟାଣ୍ଡ, ବ୍ୟାଙ୍କ ଷ୍ଟ୍ରିଟ୍ ଓ ଷ୍ଟିଲ ସିଟି ଆଦି ପୂଜାମଣ୍ଡପରେ ପୂଜା ପାଇବେ ମା’ କାଳୀ । ଏହାସହ ଭିଡକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ ଗ୍ରହଣ କରାଯାଇଛି ।

ଏବର୍ଷ କାଳୀପୂଜା 27 ତାରିଖଠୁ ଆରମ୍ଭ ହୋଇ ନଭେମ୍ବର 5 ତାରିଖରେ ଶେଷ ହେବ । ଏହାପରେ ଧରାପୃଷ୍ଠରୁ ବିଦାୟ ନେବେ ମା' ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details