ଓଡିଶା

odisha

ETV Bharat / state

ଜମୁଛି କାଳୀପୂଜା, 45ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଶ୍ୟାମାକାଳୀ - ଯାଜପୁରରେ ଜମୁଛି କାଳୀପୂଜା

ଯାଜପୁରରେ ଜମୁଛି କାଳୀପୂଜା, ସନ୍ଧ୍ୟା ହେଲେ ମଣ୍ଡପ ଗୁଡିକରେ ଜମୁଛି ଲୋକଙ୍କ ଗହଳି, ଚଳିତ ବର୍ଷ ୪୫ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' କାଳୀ ଏବଂ ଲକ୍ଷ୍ମୀନାରାୟଣ । ଅଧିକ ପଢନ୍ତୁ

ଯାଜପୁରରେ ଜମୁଛି କାଳୀପୂଜା
ଯାଜପୁରରେ ଜମୁଛି କାଳୀପୂଜା

By

Published : Nov 4, 2022, 10:38 PM IST

ଯାଜପୁର:କାଳୀପୂଜାରେ ଦୁଲୁକୁଛି ଯାଜପୁର । କାଳୀପୂଜା ପାଇଁ ପୁରା ଚଳଚଞ୍ଚଳ ରହିଛି ସହରର ପ୍ରତିଟି ଗଳିକନ୍ଦି । ସଂଧ୍ୟା ହେବା କ୍ଷଣି ସହରକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଚଳିତ ବର୍ଷ ୪୫ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' କାଳୀ ଏବଂ ଲକ୍ଷ୍ମୀନାରାୟଣ । ପ୍ରତି ମଣ୍ଡପରେ ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପରିବେଶିତ ହେଉଛି ନୃତ୍ୟ ଓ ଗୀତ । ଯାହାର ମଜା ଉଠାଇବା ପାଇଁ ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଡ ଜମାଉଛନ୍ତି ।

ଯାଜପୁରରେ ଜମୁଛି କାଳୀପୂଜା
କାଳୀପୂଜା ଆସିଲେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁମିଳେ । କିନ୍ତୁ ଗତ ଦୁଇ ବର୍ଷ ଧରି କୋରୋନା କଟକଣା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ମଣ୍ଡପ ବୁଲିବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନାବଜାର ମଜା ଉଠାଉଛନ୍ତି ଦର୍ଶକ । ବିଭିନ୍ନ ଘର କରଣା ସାମଗ୍ରୀ କିଣିବା ପାଇଁ ଲୋକମାନେ ବିଶେଷ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି । ଏଥି ସହିତ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ମଜା ଉଠାଇ ପୂଜାକୁ ଭରପୁର ଉପଭୋଗ କରୁଛନ୍ତି ସଭିଏଁ । ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭୋଟ ଗଣତି ପୂର୍ବରୁ ହାର ମାନିଲା କଂଗ୍ରେସ, ତୃତୀୟରେ ରହିବୁ କହିଲେ ସୁର

ଯାତାୟାତର ସୁବିଧା ଏବଂ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶାନ୍ତିଶୃଙ୍ଖଳାରେ ପୂଜା ଓ ଭସାଣ ଉତ୍ସବ ସମାପନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଆଡମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଥିବାରୁ ଦୁଇ ଦିନଧରି ଭସାଣ ଉତ୍ସବ କରାଯିବ । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ''ଦୀର୍ଘ ଦୁଇ ବର୍ଷ ପରେ କାଳୀ ପୂଜା ହୋଇଥିବାରୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି, ପାଗ ଅନୁକୁଳ ରହିଥିବାରୁ ସନ୍ଧ୍ୟା ହେଲେ ଲୋକଙ୍କ ଭିଡ ଜମୁଛି, ମାଙ୍କ ଆଶିର୍ବାଦରୁ ପୂଜା ସୁରୁଖୁରୁରେ ଚାଲିଛି । ଲାଇଟ ଗେଟ ମିନା ବଜାର ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ପୂଜା ମଣ୍ଡପକୁ ।''

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details