ଓଡିଶା

odisha

By

Published : Jan 29, 2021, 3:09 PM IST

Updated : Jan 29, 2021, 5:42 PM IST

ETV Bharat / state

ଝରାଫୁଲ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ରାକେଶର ଚାଲିଛି ଜେରା

ଝରାଫୁଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଜେରା ଚାଲିଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଅଧିକ ପଢନ୍ତୁ...

ଅଭିଯୁକ୍ତ ରାକେଶର ଚାଲିଛି ଜେରା
ଅଭିଯୁକ୍ତ ରାକେଶର ଚାଲିଛି ଜେରା

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣା । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଗତକାଲି(ଗୁରୁବାର) ଭୁବନେଶ୍ବରରୁ ପୋଲିସ ଗିରଫ କରିବା ପରେ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ରାକେଶ ଅଭିଯୁକ୍ତକୁ ଗିରଫ ପରେ ଜେରା ଚାଲିଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର ।

ଅଭିଯୁକ୍ତ ରାକେଶର ଚାଲିଛି ଜେରା

ଯାଜପୁର କୁଆଖିଆ ଥାନା ମୂଳାପାଳ ଛକ ନିକଟରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବରରୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ସ୍କୁଟିରେ ଆଣି ଯାଜପୁରରେ ମୃତଦେହ ଫିଙ୍ଗି ଦେଇଥିଲେ ।

ସୂଚନା ମୁତାବକ, ଅଭିଯୁକ୍ତ ରାକେଶକୁ ଯାଜପୁର ଟାଉନ ଥାନାରେ ଗିରଫ କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ଵାରା ପଚରାଉଚରା ଜାରି ରହିଛି । ସେପଟେ ରାଜ୍ୟ ମହିଳା କମିଶନ ଅଧକ୍ଷା ମିନତୀ ବେହେରା ମୂଳାପାଳର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ଅଭିଯୁକ୍ତଙ୍କ ଗିରଫଦାରୀ ଓ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟେଇବାକୁ ପୋଲିସ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ତେବେ ଅଭିଯୁକ୍ତର ବୟାନ ରେକର୍ଡ ପରେ ପରବର୍ତ୍ତୀ ସମୟରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଏସପି ରାହୁଲ ପି.ଆର। ସେପଟେ ଅଭିଯୁକ୍ତ ରାକେଶ ସ୍ଵାଇଁକୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 29, 2021, 5:42 PM IST

ABOUT THE AUTHOR

...view details