ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ ରିମାଣ୍ଡର ଆଜି ଶୁଣାଣି । ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସ ଆବେଦନ କରିଥିଲା ।
ଯାଜପୁର ଜିଲ୍ଲା ଦୌରାଜଜଙ୍କ ନିକଟରେ ରାକେଶକୁ 5 ଦିନିଆ ରିମାଣ୍ଡରେ ନେବା ପାଇଁ କୂଆଖିଆ ପୋଲିସ ଆବେଦନ କରିଛି। ଝରାଫୁଲର ଶବ ମୃତ୍ୟୁ ଘଟଣା ଓ ମୃରଶରୀର ବୋହିବା କାର୍ଯ୍ୟରେ କିଏ କିଏ ସହଯୋଗ କରିଛନ୍ତି । ଏବଂ ମୃତଶରୀର ବୋହିବା ପାଇଁ ବ୍ୟବହୃତ ସ୍କୁଟି ଗଲା କୁଆଡେ ? ଏ ସବୁ ବିଷୟରେ ତଦନ୍ତ କରିବା ପାଇଁ ରାକେଶକୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଛି ।