ଓଡିଶା

odisha

By

Published : Feb 1, 2021, 6:57 PM IST

ETV Bharat / state

ଝରାଫୁଲ ମୃତ୍ୟୁର ଖୋଲିବ ଗୁମର, ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ

ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ବାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଧିକ ପଢନ୍ତୁ...

jharafula murder  mystery: Police will remand accused Rakesh Swai in custody for three days
ଝରାଫୁଲ ମୃତ୍ୟୁ ମାମଲା : ଅଭିଯୁକ୍ତ ରାକେଶ ସ୍ବାଇଁକୁ ତିନି ଦିନଆ ରିମାଣ୍ଡରେ ନେବ ପୋଲିସ

ଯାଜପୁର: ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ବାଇଁକୁ ତିନି ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଧିକା ତଦନ୍ତ ଓ ପ୍ରମାଣ ଯୋଗାଡ ଲାଗି ୫ ଦିନର ରିମାଣ୍ଡ ଆବେଦନ କରିଥିଲା କୁଆଖିଆ ପୋଲିସ। ଆସନ୍ତା ୨ ତାରିଖ ସକାଳ 6ରୁ ମଧ୍ୟାହ୍ନ 12ଟା ମଧ୍ୟରେ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଦୌରାଜଜ୍ । 2ତାରିଖ ଠାରୁ ୫ ତାରିଖ ସକାଳ ଯାଏଁ ପୋଲିସ ରିମାଣ୍ଡରେ ରହିବ ଅଭିଯୁକ୍ତ ରାକେଶ ସ୍ବାଇଁ । ଆସନ୍ତାକାଲି( ମଙ୍ଗଳବାର) ଯାଜପୁର ଉପକାରାଗାରୁ ରିମାଣ୍ଡରେ ନିଆଯିବ।

ଝରାଫୁଲ ମୃତ୍ୟୁ ମାମଲା : ଅଭିଯୁକ୍ତ ରାକେଶ ସ୍ବାଇଁକୁ ତିନି ଦିନଆ ରିମାଣ୍ଡରେ ନେବ ପୋଲିସ

ତେବେ ଏହି ସମୟ ମଧ୍ୟରେ ଅଭିଯୁକ୍ତର ସମସ୍ତ ଖାଦ୍ୟପେୟ ଓ ସୁରକ୍ଷା ଦାୟିତ୍ବ ପୋଲିସ ଉପରେ ନ୍ୟସ୍ତ କରାଗଲା। ଅଭିଯୁକ୍ତ ଉପରେ କୌଣସି ଅତ୍ୟାଚାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଜଜ୍ । ସେପଟେ ମୃତଦେହକୁ ଅଣାଯାଇଥିବା ସ୍କୁଟିର ଏଯାଏଁ କୌଣସି ସନ୍ଧାନ ପାଇନାହିଁ ପୋଲିସ । ଅଭିଯୁକ୍ତର ସହଯୋଗୀର ମଧ୍ୟ କୌଣସି ସନ୍ଧାନ ମିଳୁନି । ସାଇଣ୍ଟିଫିକ ଟିମ୍ ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତ ରାକେଶ ରିମାଣ୍ଡରେ ଯିବା ପରେ ଘଟଣାର ଖୁଲାସା ହେବ ବୋଲି ଆଶା ରଖିଛି ପୋଲିସ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details