ଯାଜପୁର: ବରୁହାଁ ପଞ୍ଚାୟତ କେତକିଆ ଆଦ୍ୟଶକ୍ତି ଜଗତ୍ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାମୁ ଯାତ୍ରା ଆଜକୁ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଗ୍ରାମରେ ପାଳନ କରାଯାଉଛି । ଉକ୍ତ ପୀଠରେ ଭକ୍ତଟିଏ ଯେକୌଣସି ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ନିଶ୍ଚିତ ପୂରଣ ହୋଇଥାଏ ବୋଲି ଆଜି ବି ଲୋକ ବିଶ୍ବାସ ରହିଛି ।
ମହାମାୟା ବିଶ୍ୱରୂପା ପୀଠରେ ୧୯୮୧ ମସିହାରେ ହରେକୃଷ୍ଣ ସିଂହଦେବ ଝାମୁ ଯାତ୍ରା ଆରମ୍ଭ କରିଥିଲେ । ପରମ୍ପରା ପାଳନ ରକ୍ଷା କରିବାକୁ ଯାଇ ସେବେ ଠାରୁ ଏଠାରେ ଗ୍ରାମବାସୀଙ୍କ ଦ୍ବାରା ଝାମୁଯାତ୍ରା ଆୟୋଜନ କରାଯାଉଛି । ଏହି ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶ୍ୱାସ ରହିଛି ମାଆଙ୍କ ଦର୍ଶନ କଲେ ରୋଗ ବୈରାଗରୁ ମୁକ୍ତି ମିଳିଥାଏ । ତେଣୁ ଏହି ଦିନ ଶ୍ରଦ୍ଧାଳୁମାନେ ମାଆଙ୍କ ଠାରୁ ଆଶିଷ ଲାଭ କରି ପଣା ପିଇଥାନ୍ତି । ମାନସିକ ପୂରଣ ପାଇଁ ନିଆଁ ଉପରେ ଚାଲିଥାନ୍ତି । ମାଆଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସକୁ ଆଜିବି ଉର୍ଜୀବିତ କରିଛି ଝାମୁଯାତ୍ରା ।
ଏହା ମଧ୍ୟ ପଢ଼ନ୍ତୁ:ପଞ୍ଚମ ଦିନରେ ବୁଢୀ ଠାକୁରାଣୀଙ୍କ ପରିକ୍ରମା, ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ