ଓଡିଶା

odisha

ETV Bharat / state

IFS 24 ରାଙ୍କରେ ଯାଜପୁର ପୁଅ ଫତେହୁଲ - IFS ଫତେହୁଲ

ଆଇଏଫ୍‌ଏସ୍ ୨୪ ରାଙ୍କରେ କୋରେଇ ଇସଲାମପୁର ଗାଁର ଫତେହୁଲ୍‌ । ବିଭିନ୍ନ ଅଞ୍ଚଳରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ (ଆଇଏଫ୍‌ଏସ୍‌) ପରୀକ୍ଷାରେ ରାଜ୍ୟର ଏକମାତ୍ର ପରୀକ୍ଷାର୍ଥୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

IFS 24 ରାଙ୍କରେ ଯାଜପୁର ପୁଅ ଫତେହୁଲ
IFS 24 ରାଙ୍କରେ ଯାଜପୁର ପୁଅ ଫତେହୁଲ

By

Published : Oct 30, 2021, 8:39 PM IST

ଯାଜପୁର: ଆଇଏଫ୍‌ଏସ୍ ୨୪ ରାଙ୍କରେ କୋରେଇ ଇସଲାମପୁର ଗାଁର ଫତେହୁଲ୍‌ । ବିଭିନ୍ନ ଅଞ୍ଚଳରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ (ଆଇଏଫ୍‌ଏସ୍‌) ପରୀକ୍ଷାରେ ରାଜ୍ୟର ଏକମାତ୍ର ପରୀକ୍ଷାର୍ଥୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

IFS 24 ରାଙ୍କରେ ଯାଜପୁର ପୁଅ ଫତେହୁଲ
କୋରେଇ ବ୍ଲକ୍ ଅନ୍ତର୍ଗତ ତୁଳତି ପଂଚାୟତ ଇସ୍‌ଲାମ୍‌ପୁର ଗ୍ରାମର ମହମ୍ମଦ ଇଫ୍‌ତେକାର ଜମାଉଲ୍ଲ ଖାନ୍‌ଙ୍କ ପୁଅ ମହମ୍ମଦ ଫତେହୁଲ ଅଜିଜ୍ ଖାନ୍ ସର୍ବଭାରତୀୟ ସ୍ତରରେ ୨୪ ନମ୍ବର ସ୍ଥାନରେ ରହିଛନ୍ତି । ଚୂଡାନ୍ତ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ମୋଟ ୮୯ ଜଣଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ୨୪ ନମ୍ବର ସ୍ଥାନରେ ରହି ଫତେହୁଲ କୋରେଇ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ବାପା ଜମାଉଲ୍ଲ ଏବଂ ମା’ ନିଶାତ୍ ଖାନମ୍‌ଙ୍କ ଏକମାତ୍ର ପୁଅ ଫତେହୁଲ ଭୁବନେଶ୍ୱର ସ୍ଥିତ ଡିଏଭି ସ୍କୁଲରେ ପାଠ ପଢିବା ସହ ସିଇଟି କଲେଜରେ ବାୟୋଟେକ୍‌ନୋଲୋଜିରେ ବି.ଟେକ୍ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଫତେହୁଲ୍ ନିଜର ବାପା ମା’, ସ୍କୁଲ ଶିକ୍ଷକ ଓ ଅଧ୍ୟାପକ/ଅଧ୍ୟାପିକାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ସମଗ୍ର କୋରେଇର ବୁଦ୍ଧିଜୀବୀ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିିଭି ଭାରତ

ABOUT THE AUTHOR

...view details