ଓଡିଶା

odisha

By

Published : Sep 9, 2022, 1:02 PM IST

Updated : Sep 9, 2022, 1:43 PM IST

ETV Bharat / state

ନିଟ୍‌ରେ ସଫଳ ସୋମଦତ୍ତ, ରୋଗୀ ସେବା କରିବାକୁ ରଖିଛନ୍ତି ଲକ୍ଷ୍ୟ

ନିଟ୍ ୟୁଜି ପରୀକ୍ଷାରେ ଯାଜପୁର ବିଞ୍ଝାରପୁର ବ୍ଲକ ବରୁଣା ଗ୍ରାମର ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶାରୁ ଆଗରେ ରହିଥିବାବେଳେ, ସର୍ବ ଭାରତୀୟ ରାକିଂରେ ୩୯ରେ ରହିଛନ୍ତି । ଅଧିକ ପଢନ୍ତୁ

ପ୍ରିୟ ସୋମଦତ୍ତ ଓଡିଶା ଟପ୍ପର
ପ୍ରିୟ ସୋମଦତ୍ତ ଓଡିଶା ଟପ୍ପର

ଯାଜପୁର: ନିଟ୍(NEET) ୟୁଜି ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ପ୍ରିୟ ସୋମଦତ୍ତ ଓଡିଶାର ଟପ୍ପର ହୋଇଛନ୍ତି । ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ବରୁଣା ଗ୍ରାମର ସଞ୍ଜୀବ କୁମାର ନାୟକଙ୍କ ପୁଅ ପ୍ରିୟ ସୋମଦତ୍ତ ଓଡିଶା ଟପ୍ପର ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ପରିବାରରେ ଖୁସିର ମାହୋଲ । ସୋମଦତ୍ତ ନାୟକ ୯୯.୯୯ ସ୍କୋର ରଖି ଓଡ଼ିଶାରୁ ଆଗରେ ରହିଥିବାବେଳେ ସର୍ବ ଭାରତୀୟ ରାକିଂରେ ୩୯ତମ ସ୍ଥାନରେ ରହିଛନ୍ତି । ସୋମଦତ୍ତ ୭୦୫ ମାର୍କ ରଖିଛନ୍ତି । ଭବିଷ୍ୟତରେ ଜଣେ ସ୍ନାୟୁ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି ସୋମଦତ୍ତ ।

ପ୍ରିୟ ସୋମଦତ୍ତ

ସୋମଦତ୍ତଙ୍କ ଏହି ସଫଳତାରେ ଗାଁଠୁ ନେଇ ପରିବାର ଲୋକ ଗର୍ବ ଅନୁଭବ କରିଛନ୍ତି । ପିଲାଟି ବେଳୁ ମେଧାବୀ ଛାତ୍ର ଥିଲେ ସୋମଦତ୍ତ । ନିଟ ପରୀକ୍ଷାରେ ସଫଳ ହୋଇଥିବା ନେଇ ତାଙ୍କ ଜେଜେ କହିଛନ୍ତି, ''ତାର ସଫଳତାରେ ବହୁତ ଖୁସି । ଏ ଖୁସି ଭାଷାରେ କହି ହେବ ନାହିଁ । ସେ ଦିଲ୍ଲୀ ଏମ୍ସରେ ପଢିବାକୁ ଇଚ୍ଛା ରଖିଛି । ୧୦ ଘଣ୍ଟା ପରିଶ୍ରମ କରନ୍ତି । ଡାକ୍ତର ହେବା ପରେ ଓଡିଶା ଲୋକଙ୍କ ସେବା କରିବ ସୋମଦତ୍ତ ।''

ନିଟ୍ ୟୁଜି ଫଳାଫଳ, ରାଜ୍ୟ ଟପ୍ପର ଯାଜପୁରର ସୋମଦତ୍ତ

ଏହା ବି ପଢନ୍ତୁ...ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ, ସୋମଦତ୍ତ ଓଡିଶା ଟପ୍ପର

ପ୍ରିୟ ଭୁବନେଶ୍ୱରର ଘରୋଇ ସ୍କୁଲରେ ପାଠ ପଢି ମେଡ଼ିକାଲ ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ଏହି ସଫଳତା ନେଇ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରିୟଙ୍କୁ ଭେଟି ଆଗାମୀ ଦିନ ପାଇଁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି । ତାଙ୍କର ଏହି ସଫଳତା ଖବର ପାଇ ଯାଜପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ସୋମଦତ୍ତଙ୍କ ପିତା ସଞ୍ଜୀବ କୁମାର ନାୟକ ଆଇଟିସିରେ ଜଣେ ସେଲସ ମ୍ୟାନେଜର ଓ ମାତା ଅନୁପମା ନାୟକ ଜଣେ ଗୃହିଣୀ । ଅଦ୍ୟମ ଇଚ୍ଛାଶକ୍ତି ଓ ପରିଶ୍ରମ ଫଳରେ ଏହି ସଫଳତା ହାସଲ କରିଛନ୍ତି ସୋମଦତ୍ତ । ସେ ଭବିଷ୍ୟତରେ ଜଣେ ସ୍ନାୟୁ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସ୍କୁଲ ଶିକ୍ଷକଙ୍କ ସହଯୋଗ ଓ ବାପାମାଆଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି ସୋମଦତ୍ତ । ଚଳିତ ବର୍ଷ ଜୁଲାଇ ୧୭ରେ ଦେଶରେ ୪୯୭ଟି ସହର ଓ ବାହାରେ ୧୪ଟି ସହରରେ ୩,୫୭୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

ଇଟିଭି ଭାରତ, ଯାଜପୁର

Last Updated : Sep 9, 2022, 1:43 PM IST

ABOUT THE AUTHOR

...view details