ଓଡିଶା

odisha

ETV Bharat / state

ଶୁଖୁଆ ଓ ପୋଡପିଠାରେ ମହକିଲା ଓଳାଶୁଣୀ ମେଳା - olasuni

ମହାପୁରୁଷ ତଥା ବ୍ରହ୍ମଲୀନ ସନ୍ଥ ଅରକ୍ଷିତ ଦାସଙ୍କ 182ତମ ମହାପ୍ରୟାଣ ଦିବସ ଉପଲକ୍ଷେ ଯାଜପୁରର ବଡଚଣା ବ୍ଲକ ପଲାଇ ଠାରେ ଓଳାଶୁଣୀ ପାହାଡ ଗୁମ୍ଫାରେ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

By

Published : Feb 4, 2019, 2:09 PM IST

ଯାଜପୁର: ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ମହାପୁରୁଷ ତଥା ବ୍ରହ୍ମଲୀନ ସନ୍ଥ ଅରକ୍ଷିତ ଦାସଙ୍କ 182ତମ ମହାପ୍ରୟାଣ ଦିବସ ଉପଲକ୍ଷେ ଯାଜପୁରର ବଡଚଣା ବ୍ଲକ ପଲାଇ ଠାରେ ଓଳାଶୁଣୀ ପାହାଡ ଗୁମ୍ଫାରେ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ ।

ହରିବୋଲ, ହୁଳହୁଳି ମଧ୍ୟରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାମେଳା । ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ସନ୍ଥଙ୍କ ସମାଧିପୀଠ ଦର୍ଶନ କରୁଛନ୍ତି । ଗତ 6 ବର୍ଷ ଧରି ଏହା ମହୋତ୍ସବରେ ପରିଣତ ହୋଇଥିବାବେଳେ ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ପରମ୍ପରା ରହିଛି । ଏହି ପୀଠର ଅନ୍ୟ ଏକ ବିଶେଷତ୍ବ ହେଲା ଏଠାରେ ଶୁଖୁଆ, ପୋଡପିଠା ସହିତ ପ୍ରସିଦ୍ଧ କାଞ୍ଜିପାଣି ଭୋଗ ଲାଗି କରାଯାଇଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । 10 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ଖୋଲିଛି ଭଳିକି ଭଳି ଘରକରଣା ସାମଗ୍ରୀର ଷ୍ଟଲ ।

ପ୍ରତିଦିନ ସଂନ୍ଧ୍ୟାରେ ଏହି ମେଳାରେ ଆୟୋଜିତ ହେଉଛି ନାନା ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ


For All Latest Updates

ABOUT THE AUTHOR

...view details