ଓଡିଶା

odisha

ETV Bharat / state

ଯାଜପୁର ମହୋତ୍ସବ-୨୦୨୩ ତୃତୀୟ ସଂଧ୍ୟା, ଅଭିନେତା ଆୟୁଷମାନ ଖୁରାନଙ୍କ ଗୀତରେ ଝୁମିଲେ ଦର୍ଶକ - ଓଡ଼ିଶାର ପାମ୍ପାରିକ ନୃତ୍ୟ

ଯାଜପୁର ମ‌ହୋତ୍ସବର ତୃତୀୟ ସଂଧ୍ୟାରେ ଉଭୟ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ଯକ୍ରମରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

ଆୟୁଷମାନ ଖୁରାନଙ୍କ ଗୀତରେ ଝୁମିଲେ ଦର୍ଶକ
ଆୟୁଷମାନ ଖୁରାନଙ୍କ ଗୀତରେ ଝୁମିଲେ ଦର୍ଶକ

By

Published : Feb 11, 2023, 4:58 PM IST

ଆୟୁଷମାନ ଖୁରାନଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର: ଯାଜପୁର ମହୋତ୍ସବ-୨୦୨୩ର ତୃତୀୟ ସଂଧ୍ୟା । ଯାଜପୁର ମ‌ହୋତ୍ସବର ତୃତୀୟ ସଂଧ୍ୟାରେ ଉଭୟ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଦର୍ଶକ ବେଶ ମନ ଭରି ଏହି ସଂନ୍ଧ୍ଯାକୁ ଉପଭୋଗ କରିଥିଲେ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ଯକ୍ରମରେ ପରିବେଶ ବେଶ ଉତ୍ସବ ମୁଖର ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସୁନାମ ଧନ୍ୟ କଳାକାର ଏହି ମ‌ହୋତ୍ସବର ଯୋଗଦେଇ ଲୋକଙ୍କୁ ନିଜ ଗୀତ ଏବଂ ନୃତ୍ଯରେ ବାନ୍ଧୀ ରିଖିଥିଲେ ।

ଏହାସହ ସ୍ଥାନୀୟ କଳାକାରଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବଲିଉଡ ଅଭିନେତା ଆୟୁଷମାନ ଖୁରାନଙ୍କ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶାର ପାମ୍ପାରିକ ଓଡ଼଼ିଶି ନୃତ୍ୟ ମ‌ହୋତ୍ସବର ତୃତୀୟ ସଂଧ୍ୟାର ମୁଖ୍ୟ ଆର୍କଷଣର କେନ୍ଦ୍ରଥିଲା । ଏହାସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ ଶିଳ୍ପୀଙ୍କ ଆଞ୍ଚଳିକ ଲୋକକଳା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡିଶାର ବହୁ ବିଧାୟକ ମହୋତ୍ସବ ରେ ସାମିଲ ହୋଇ ଯାଜପୁର ବିଧାୟକଙ୍କୁ ପ୍ରଶଂସା କରିଥିଲେ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇ ଯାଜପୁର ବିକାଶର ରାସ୍ତାରେ ଅଗ୍ରସର ହେଉଛି । ଯାଜପୁରର ବିକାଶ ଓଡିଶାକୁ ଏକ ନୂତନ ଦିଗଦର୍ଶନ ଦେବ । ତେବେ ଏହି ବିକାଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ବ ରହିଛି ବୋଲି ମତ ଦେଇଥିଲେ।

ଏହି ଅବସରରେ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର,ଚାନ୍ଦବାଲି ବିଧାୟକ ବୈମକେଶ ରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ, ଢ଼େଙ୍କାନାଲ ବିଧାୟକ, ଭଦ୍ରକ ବିଧାୟକ, ବାସୁଦେବପୁର ବିଧାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥି‌ଲେ । ତୃତୀୟ ସଂଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ଓଲିଉଡର କଳାକାରମାନେ ଅନେକ ଗୀତରେ ଦର୍ଶକମାନଙ୍କୁ ମତୁଆଲା କରିଥିଲେ ।

ଓଡିଆ ଅଭିନେତ୍ରୀ ଶୀତଳ, ପ୍ରଜ୍ଞାନ, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ଜ୍ୟୋତି,ଦିବ୍ୟା ପ୍ରମୁଖ ଲୋକପ୍ରିୟ ଗୀତ ଆହେ ନୀଳ ଶୈଳ, ରାଜ ହଂସୀ ଚାଲି, ଯାଯାବର ଯାଯାବର, ଟିପି ଟିପି ବର୍ଷା ପାଣି ପରି ଅନେକ ନୂଆ ପୁରୁଣା ଗୀତରେ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ। ଶେଷରେ ବଲିଉଡ କଣ୍ଠଶିଳ୍ପୀ ଆୟୁସମାନ ଖୁରାନା ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଗତ ଦୁଇ ବର୍ଷ ପରେ ଏହି ଜିଲ୍ଲା ମହୋତ୍ସବ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ରୁ ଊର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀ ପଲ୍ଳିଶ୍ରୀ ମେଳାରେ ସାମିଲ ହୋଇଛନ୍ତି । ଏଥିସହିତ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହୋଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details