ଓଡିଶା

odisha

ETV Bharat / state

ଦୁଃସାହସିକ ଷ୍ଟଣ୍ଟ କରି ମାଲାମାଲ ମୋନାଲିସା - ଘୋଡା ଚଲାଉଥିବା ମହିଳା ଯାଜପୁର

ସବୁ ବାଧା ବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି ଏବଂ ପ୍ରେରଣା ତାଲିକାରେ ନୂଆ ଅଧ୍ୟାୟ ସୃଷ୍ଟି କରୁଛନ୍ତି ବର୍ତ୍ତମାନର ନାରୀ ସମାଜ । ସେ ଘୋଡା ଚଢିବା ଠାରୁ ଆରମ୍ଭ କରି ବଡ ବଡ ଟ୍ରକ, ଟ୍ରାକ୍ଟର ଚଲାଇ ବର୍ତ୍ତମାନ ଇଣ୍ଟରନେଟର କୁଇନ ସାଜିଛନ୍ତି । ଅଧିକ ପଢନ୍ତୁ...

ଦୁଃସାହସିକ ଷ୍ଟଣ୍ଟରୁ ମାଲାମାଲ ମୋନାଲିସା
ଦୁଃସାହସିକ ଷ୍ଟଣ୍ଟରୁ ମାଲାମାଲ ମୋନାଲିସା

By

Published : Jun 6, 2021, 8:00 PM IST

ଯାଜପୁର: ଯୁଗ ସହ ତାଳଦେଇ ଆଗକୁ ବଢୁଛି ନାରୀ । 'ଝିଅଟିଏ ତୁ କଣ କରିବୁ' ଏ ଶବ୍ଦକୁ ଲିଭାଇବା ପାଇଁ ଶତ ଚେଷ୍ଟିତ ବର୍ତ୍ତମାନର ନାରୀ ସମାଜ । ପାଠପଢି ଉଚ୍ଚ ଶିକ୍ଷିତ ହେବା ସାଙ୍ଗକୁ ଦୁଃଶାହସିକ କାର୍ଯ୍ୟ ମଧ୍ୟ କରି ଦେଖାଉଛନ୍ତି କେତେକ ମହିଳା । କେବଳ ଯେ ସହର ଝିଅ, ଉଚ୍ଚ ଶିକ୍ଷିତ ଝିଅ ଆଗକୁ ବଢୁଛନ୍ତି ତା ନୁହଁ ଗାଁ ଗହଳିର ଝିଅ ବୋହୂ ମଧ୍ୟ ସବୁ ବାଧା ବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି ଏବଂ ପ୍ରେରଣା ତାଲିକାରେ ନୂଆ ଅଧ୍ୟାୟ ସୃଷ୍ଟି କରୁଛନ୍ତି । ଏପରି ପ୍ରେରଣାଦାୟୀ, ଉଦାହରଣ ସୃଷ୍ଟିକାରୀ ନାରୀମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ଜହଳ ଗ୍ରାମର ମୋନାଲିସା ଭଦ୍ର ଅନ୍ୟତମ । ମୋନାଲିସା ଘୋଡା ଚଢିବା ଠାରୁ ଆରମ୍ଭ କରି ବଡ ବଡ ଟ୍ରକ, ଟ୍ରାକ୍ଟର ଚଲାଇ ବର୍ତ୍ତମାନ ଇଣ୍ଟରନେଟର କୁଇନ ସାଜିଛନ୍ତି ।

ଦୁଃସାହସିକ ଷ୍ଟଣ୍ଟ କରି ମାଲାମାଲ ମୋନାଲିସା

ମୋନାଲିସା ଯେ କେବଳ ଦୁଃସାହସିକ ଗାଡି ଚାଳନା କରୁଛନ୍ତି ତାହା ନୁହେଁ, ମାଙ୍କଡ ଏବଂ ଅନ୍ୟାନ୍ୟ ପଶୁମାନଙ୍କ ପ୍ରତି ତାଙ୍କର ଆଦର ଏବଂ ସ୍ନେହ ଭରା ଖାଦ୍ୟ ପରସାର ଭିଡିଓ ବେସ୍ ଭାଇରାଲ୍ ହେଉଛି । ଲୋକେ ତାଙ୍କ ୟୁଟୁବରେ ଅପଲୋଡ ଭିଡିଓକୁ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ, ସେ ଘରେ ରହି ଏବେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । 2016 ମସିହାରେ ତାଙ୍କ ସ୍ବାମୀ ବଦ୍ରି ନାରାୟଣ ଭଦ୍ର ପ୍ରଥମେ ୟୁଟ୍ୟୁବରେ ମୋନାଲିସାଙ୍କ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହାପରେ ସେ ଘୋଡା ଚଢିବା ଠାରୁ ଆରମ୍ଭ ବୁଲେଟ୍ ଏବଂ ବଡ ବଡ ଗାଡି ଚଲାଇ ୟୁଟୁବରେ ଭିଡିଓ ଅପଲୋଡ୍ କରିଥିଲେ । ବର୍ତ୍ତମାନ ତାଙ୍କର 22 ଲକ୍ଷରୁ ଊର୍ଦ୍ଧ୍ବ ସବସ୍କ୍ରାଇବର ଅଛନ୍ତି । ପରିବାର ବର୍ଗଙ୍କ ସମର୍ଥନ ପାଇଲେ ଯେ କୌଣସି ମହିଳା ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମୋନାଲିସା କହନ୍ତି । ତାଙ୍କର ଏଭଳି ଦୁଃସାହସିକ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସାରେ ପୋତି ଦେଉ ଥିବାବେଳେ ସେ ଆହୁରି ଆଗକୁ ଉନ୍ନତି କରନ୍ତୁ ବୋଲି ଶାଶୁ ଶ୍ବଶୁର କାମନା କରିଛନ୍ତି ।

ଘରର 4 କାନ୍ଥ କି ବିବାହ ବନ୍ଧନ ବାନ୍ଧି ପାରିନି ମୋନାଲିସାଙ୍କୁ । ତାଙ୍କ ପାଖରେ ଥିବା କଳା ଏବଂ ସାହସିକତା ଭରା କାର୍ଯ୍ୟ ଆଜି ତାଙ୍କୁ ରୋଜଗାରକ୍ଷମ କରିବା ସାଙ୍ଗକୁ ପ୍ରଶଂସିତ କରିପାରିଛି । ମୋନାଲିସାଙ୍କ ଏହି ସଫଳ କାହାଣୀ ଅନ୍ୟ ନାରୀମାନଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details