ଯାଜପୁର: କୋରେଇ ଥାନା ଖମିଗାଁ ଗାଁରେ ସ୍ୱାମୀର ଦ୍ୱିତୀୟ ବିବାହ ନେଇ ମହିଳାଙ୍କର ଥାନାରେ ଏତଲା । ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଅଭିଯୋଗ ମୁତାବକ ଗତ ୪ ବର୍ଷ ତଳେ ଖମିଗାଁର ରବିନ୍ଦ୍ର ଜେନାଙ୍କୁ ପୁଷ୍ପାଞ୍ଜଳି ଜେନା ବିବାହ କରିଥିଲେ । ତେବେ ବିବାହର ୪ ବର୍ଷ ପରେ ସ୍ୱାମୀ ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ପୁଷ୍ପାଞ୍ଜଳିଙ୍କୁ ଯୌତୁକ ପାଇଁ ନାନା ହଇରାଣ ହରକତ କରିବା ସହିତ ସ୍ୱାମୀ ରବିନ୍ଦ୍ର ଦ୍ଵିତୀୟ ବିବାହ କରିଛନ୍ତି ।
ସ୍ୱାମୀଙ୍କ ଦ୍ୱିତୀୟ ବିବାହ ନେଇ ମହିଳାଙ୍କ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ - jajpur women filed fir against second marriage of husband
କୋରେଇ ଥାନା ଖମିଗାଁ ଗାଁରେ ସ୍ୱାମୀର ଦ୍ୱିତୀୟ ବିବାହ ନେଇ ମହିଳାଙ୍କର ଥାନାରେ ଏତଲା । ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ
ସ୍ୱାମୀର ଦ୍ୱିତୀୟ ବିବାହ ନେଇ ମହିଳାଙ୍କ ଥାନାରେ ଏତଲା: ପୋଲିସର ତଦନ୍ତ ଆରମ୍ଭ
ତେବେ ଏହାକୁ ସହଜରେ ସ୍ବୀକାର କରିପାରିନାହାନ୍ତି ପୁଷ୍ପାଞ୍ଜଳି । ତେଣୁ ସେ କୋରେଇ ଥାନାରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଏତଲା ଦେଇଥିବା କହିଛନ୍ତି । ସେପଟେ ଏତଲା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ