ଓଡିଶା

odisha

By

Published : Nov 16, 2019, 3:14 PM IST

ETV Bharat / state

ସ୍ମିତାରାଣୀ ମୃତ୍ୟୁ ଘଟଣା, ପିଇଓ କାର୍ଯ୍ୟାଳୟରେ ଖାନତଲାସି ଜାରି

ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ପିଇଓ କାର୍ଯ୍ୟାଳୟରେ ଖାନତଲାସି ଜାରି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଲକର୍ ତାଲା ଖୋଲାଯାଇ ପ୍ରଶାସନ ଦ୍ବାରା କାଗଜପତ୍ର ଯାଞ୍ଚ କରାଯାଉଛି। ଅଧିକ ଖବର ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁ ଘଟଣା, ପିଇଓ କାର୍ଯ୍ୟାଳୟରେ ଖାନତଲାସି ଜାରି

ଯାଜପୁର: ଜିଲ୍ଲାର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ପିଇଓ କାର୍ଯ୍ୟାଳୟରେ ଖାନତଲାସି ଜାରି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଲକର୍ ତାଲା ଖୋଲାଯାଇ ପ୍ରଶାସନ ଦ୍ବାରା କାଗଜପତ୍ର ଯାଞ୍ଚ କରାଯାଉଛି।

ବର୍ତ୍ତମାନ ସ୍ଥାନୀୟ ଧର୍ମଶାଳା ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି। ତେବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ସୂଚନା ଅନୁଯାୟୀ, ଗତ ଅକ୍ଟୋବର 16ତାରିଖରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ଝୁଲନ୍ତା ମୃତଦେହ ସରପଞ୍ଚଙ୍କ ସ୍ବାମୀ ରୂପେଶ୍ ଭଦ୍ରଙ୍କ ଗେଷ୍ଟହାଉସରୁ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ରୂପେଶ୍ ଭଦ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା।

ସ୍ମିତାରାଣୀ ମୃତ୍ୟୁ ଘଟଣା, ପିଇଓ କାର୍ଯ୍ୟାଳୟରେ ଖାନତଲାସି ଜାରି

ହେଲେ ସ୍ମିତାରାଣୀଙ୍କ ମୃତ୍ୟୁକୁ ପୋଲିସ୍ ପକ୍ଷରୁ ଏକ ଆତ୍ମହତ୍ୟା ଘଟଣା ବୋଲି ଦର୍ଶାଯାଇଥିଲା। କିନ୍ତୁ ଘଟଣାକୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଭିଏଲଡବ୍ଲ୍ୟୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଥିବା ବେଳେ ପୋଲିସ୍ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details