ଓଡିଶା

odisha

ETV Bharat / state

ଖଣି ପରିବହନରେ ଅସମାନତା ଅଭିଯୋଗରେ ଟ୍ରକ ମାଲିକ ସଂଘର ଧାରଣା - Jajpur truck owner's association protest

ଯାଜପୁର ରୋଡ ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ‌ ମାଲିକ ସଂଘ ପକ୍ଷରୁ ପରିବହନ କ୍ଷେତ୍ରରେ ଅସମାନତା ଅଭିଯୋଗରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

Jajpur truck owner's association alleged inequality in mining transportation
ଖଣି ପରିବହନରେ ଅସମାନତା ଅଭିଯୋଗରେ ଟ୍ରକ୍‌ ମାଲିକ ସଂଘର ଧାରଣା

By

Published : Dec 12, 2020, 3:12 PM IST

ଯାଜପୁର: ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନ କ୍ଷେତ୍ରରେ ଗାଡି ମାଲିକଙ୍କ ପ୍ରତି ଅସମାନତା ନୀତି ଅବଲମ୍ବନ କରାଯାଉଥିବା ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ଅଞ୍ଚଳର ଗାଡି ମାଲିକ ପକ୍ଷରୁ ଅଭିଯୋଗ ହୋଇଛି । ଏହା ପ୍ରତିବାଦରେ ଶନିବାର ଯାଜପୁର ରୋଡ ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

ଖଣି ପରିବହନରେ ଅସମାନତା ଅଭିଯୋଗରେ ଟ୍ରକ୍‌ ମାଲିକ ସଂଘର ଧାରଣା

ପରିବହନ ସଂସ୍ଥା ସୁକିନ୍ଦା ଗାଡି ମାଲିକଙ୍କ ଅପେକ୍ଷା ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ଅଞ୍ଚଳର ଗାଡି ମାଲିକ ମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ସମସ୍ତ ଟ୍ରକ ମାଲିକଙ୍କ ଠାରୁ କୌଣସି ପାତର ଅନ୍ତର ନକରି ସମାନ ହାରରେ ରୟାଲଟି ଓ ଅନ୍ୟାନ୍ୟ ଦେୟ ଅସୁଲ କରିବାକୁ ଦାବି କରିଛି ଉଭୟ ଯାଜପୁର ରୋଡ ଓ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ । ଏହା ପ୍ରତିବାଦରେ ଶନିବାର ଉଭୟ ଅଞ୍ଚଳର ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ ଯାଜପୁର ରୋଡ ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଆସନ୍ତା 10ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତାରେ ସମସ୍ତ ଟ୍ରକ ମାଲିକ ସଂଘ ଓ ପରିବହନ ସଂସ୍ଥାକୁ ନେଇ ଏକ ଆଲୋଚନା ବୈଠକ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଖଣି ଉପନିର୍ଦ୍ଦେଶକ ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details