ଓଡିଶା

odisha

ETV Bharat / state

ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ପତ୍ନୀ, ପରିବାରକୁ ସହାୟତା ପାଇଁ ଆକୁଳ ନିବେଦନ - ସ୍ବାମୀକୁ ହରାଇ ମର୍ମାହତ ସ୍ତ୍ରୀ

ପରିବାରକୁ ସହାୟତା ପାଇଁ ମହିଳାଙ୍କ ଆକୁଳ ନିବେଦନ । ସ୍ବାମୀଙ୍କୁ ହରାଇବା ପରେ ଦିନକୁ ଦୁଇ ଓଳୁ ଦୁଇ ମୁଠା ଖାଇବା ମଧ୍ୟ ଅସମ୍ଭବ ହୋଇପଡିଛି ଏହି ପରିବାର ପକ୍ଷରେ । ଅଧିକ ପଢନ୍ତୁ

women request to government to help her family
women request to government to help her family

By

Published : Dec 25, 2022, 3:31 PM IST

women request to government to help her family

ଯାଜପୁର: ଘରୁ ଚାଲିଗଲା ରୋଜଗାରିଆ ପୁଅ । ମନେକ ପକାଇ ବାହୁନି ବାହୁନି କାନ୍ଦୁଛି ମାଆ, ସ୍ବାମୀକୁ ହରାଇ ସ୍ତ୍ରୀ ବି ମର୍ମାହତ । ସେପଟେ ବାପା ଛେଉଣ୍ଡ ହୋଇଗଲେ ୨ ଛୋଟଛୋଟ ପିଲା । ଆଉ ଏବେ ଦୁଃଖରେ ଦିନ କଟୁଛି ଏହି ଦୁଃଖି ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଇଥା ଗାଁରେ ମୃତ ବିପିନି ବିହାରୀ ଚକ୍ରଙ୍କ ପରିବାର କଥା । କିଛି ମାସ ତଳେ ଲିଭର ଓ କିଡିନୀ ନଷ୍ଟ ହୋଇଯିବାରୁ ମୃତ୍ୟୁବରଣ କରିଥିଲେ ବିପିନ । ଆଉ ଏହାପରେ ପରିବାରର ଅବସ୍ଥା ଏବେ ନକହିବା ଭଲ । ଏହି ଦୁଃଖଦ ଘଟଣା ପରେ ପରିବାରରେ ଯେମିତି ଦୁଃଖର କଳାବାଦଲ ମାଡ଼ି ଆସିଲା । ଫଳରେ ଦିନକୁ ଦୁଇ ଓଳି ଦୁଇ ମୁଠା ଖାଇବା ମଧ୍ୟ ଅସମ୍ଭବ ହୋଇପଡିଛି । ପରିବାର କେମିତି ଚଳିବ ସେନେଇ ଚିନ୍ତାରେ ରହିଛନ୍ତି ବର୍ଷାଙ୍କ ପରିବାର । ପରିବାରରେ ବର୍ଷା ତାଙ୍କ ୨ ସନ୍ତାନ ଓ ଶାଶୁ ରହିଛନ୍ତି । କିନ୍ତୁ ଏମାନଙ୍କୁ ଏବେ କିଭଳି ଦାନା ଯୋଗାଇବେ ସେହି ଚିନ୍ତାରେ ବର୍ଷା । ଏବେ ସାହାଯ୍ୟ ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି ବର୍ଷା ।

ସ୍ବର୍ଗତ ବିପିନି ବିହାରୀ ଚକ୍ର ଦୀର୍ଘଦିନ ହେବ କଟକର ଏକ ଆଳୁ ଗୋଦାମରେ କାମ କରୁଥିଲେ । ଆଳୁ ଗୋଦାମରୁ ଯାହା କିଛି ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳିଯାଏ । ଦୀପାବଳିରେ ବିପିନ ଗାଁକୁ ଆସିଥିଲେ । ଆଉ ଦୀପାବଳି ଦିନ ହିଁ ବିପିନିଙ୍କୁ ହୋଇଥିଲା ଭୀଷଣ ଜ୍ୱର । ତାଙ୍କୁ ସ୍ଥାନୀୟ ସୁକିନ୍ଦା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇଦିନ ଧରି ସୁକିନ୍ଦା ଚିକିତ୍ସାଳୟରେ ଚିକିତ୍ସିତ ହେଵା ପରେ ଜ୍ୱର ନକମିବାରୁ ୨ ଦିନ ପରେ ଡାକ୍ତର ବିପିନିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଯାଞ୍ଚ ପରେ ଜଣାପଡିଲା ବିପିନିଙ୍କର ଲିଭର ଓ କିଡିନୀ ୨ଟି ଯାକ ନଷ୍ଟ ହୋଇ ଯାଇଛି । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ବିପିନଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ ।

ଏହାପରେ ସ୍ତ୍ରୀ ବର୍ଷା ସାହି ପଡ଼ିଶା, ବନ୍ଧୁ ବାନ୍ଧବ ଓ ଗୋଦାମ ମାଲିକଙ୍କ ସହାୟତାରେ ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ କରିଥିଲେ । ଶୁଦ୍ଧିକାର୍ଯ୍ୟରେ ଯାହା କିଛି ରାସନ ସାମଗ୍ରୀ ବଳି ଯାଇଥିଲା ସେତିକିରେ ଏବେ ପରିବାର ଚଳୁଛନ୍ତି । ସେତକ ସରିଲେ ଆମକୁ ଉପାସ ରହିବାକୁ ପଡିବ ବୋଲି କୋହ ଭରା କଣ୍ଠରେ କହିଛନ୍ତି ବିପିନିଙ୍କ ପତ୍ନୀ ବର୍ଷା । ସେପଟେ ପୁଅ ଚାଲିଯିବା ପରେ ବୋହୂ ଓ ନାତି ନାତୁଣୀଙ୍କୁ ନେଇ କିପରି ଚଳିବେ ବୋଲି ଚିନ୍ତା କରି ଭାଙ୍ଗି ପଡିଛନ୍ତି ବୃଦ୍ଧା ମାଆ ଶଶିକଳା ଚକ୍ର।

ବିପିନି ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ବୁଢ଼ୀ ମାଆ ୨ ପିଲା ଓ ସ୍ତ୍ରୀ ବର୍ଷାଙ୍କୁ ନେଇ ପାଞ୍ଚପ୍ରାଣୀ କୁଟୁମ୍ବ ଦୁଖକଷ୍ଟରେ ଚଳି ଯାଉଥିଲେ। ତାହାରି ମଧ୍ୟରେ ୨ ପିଲାଙ୍କ ପାଠପଢ଼ା ଓ ଟିଉସନ ଖର୍ଚ୍ଚ ମଧ୍ୟ ତୁଲାଉଥିଲେ ବିପିନି । ଏବେ କିନ୍ତୁ ବର୍ଷାଙ୍କ ପାଖରେ ଟିଉସନ ଫି ଓ ଅନ୍ୟାନ୍ୟ ପଢ଼ାଖର୍ଚ୍ଚ ତୁଲେବା ପାଇଁ ଅର୍ଥ ନାହିଁ । ଯେଉଁଠି ଦିନକୁ ଦି ଓଳି ଦି ମୁଠା ପେଟକୁ ଦାନା ମିଳିବା କଷ୍ଟକର ହୋଇପଡୁଛି ସେଠାରେ ପାଠପଢା କଥା ପଚାରେବା କିଏ ।

ଏହାକୁ ନେଇ ବିପିନଙ୍କ ଝିଅ କହିଛନ୍ତି, "ବାପାଙ୍କର ବହୁତ ଆଶା ଥିଲା ନନା ଆଉ ମୁଁ ପାଠ ପଢି ଭଲ ମଣିଷ ହେବୁ ଚାକିରି କରିବୁ । ଆଉ ବାପାଙ୍କ ସ୍ୱପ୍ନ ସାକାର କରିବୁ । ହେଲେ ବାପା ଆମକୁ ଛାଡି ଚାଲିଗଲେ ଆମେ ଅସହାୟ ହୋଇଯାଇଛୁ । ଆମେ କିଭଳି ପାଠ ପଢ଼ିବୁ ।" ଏଭଳି ପରିସ୍ଥିତିରେ ସାହି ପଡ଼ିଶା ଓ ବନ୍ଧୁବାନ୍ଧବ ବିପିନଙ୍କ ଘରକୁ ଆସି ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ଯଥାଶୀଘ୍ର ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details