ଓଡିଶା

odisha

ETV Bharat / state

ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ, ତିଆରି କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଓ ୩ ରଥ - ଜନ୍ମେଜୟ ତିଆରି କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଓ ୩ ରଥ

ଯାଜପୁର ଟାଉନର ମେଧାବୀ ଛାତ୍ର ଜନ୍ମେଜୟ ରାଉତ ତିଆରି କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଓ ୩ଟି ରଥ । ସୋଲ, କାଠ ସହିତ ବିଭିନ୍ନ ରଙ୍ଗବେରଙ୍ଗର କପଡା ବ୍ୟବହାର କରି ଆକର୍ଷଣୀୟ ରଥ ନିର୍ମାଣ କରିଛନ୍ତି ସେ । ଅଧିକ ପଢନ୍ତୁ

ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ, ତିଆରି କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଓ ୩ ରଥ
ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ, ତିଆରି କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଓ ୩ ରଥ

By

Published : Jul 4, 2022, 8:02 PM IST

ଯାଜପୁର: ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ । ପିଲାଟି ଦିନରୁ ଜଗା ପ୍ରତି ରହିଥିବା ଆକର୍ଷଣ ଯୋଗୁଁ ନିଜ ହାତରେ ତିଆରି କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଓ ୩ଟି ରଥ । ପ୍ରତିବର୍ଷ ରଥଯାତ୍ରା ଆସିଲେ ଯାଜପୁର ଟାଉନର ଜନ୍ମେଜୟ ରାଉତ ଲାଗିପଡନ୍ତି ରଥ ତିଆରିରେ । ନିଜ ହାତର ସ୍ପର୍ଶରେ ତିଆରି କରନ୍ତି ସୁନ୍ଦର କାରୁକାର୍ଯ୍ୟ । ସୋଲ, କାଠ ସହିତ ବିଭିନ୍ନ ରଙ୍ଗବେରଙ୍ଗର କପଡା ବ୍ୟବହାର କରି ଆକର୍ଷଣୀୟ ରଥ ନିର୍ମାଣ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଜନ୍ମେଜୟ ସେହିଭଳି ଆକର୍ଷଣୀୟ ରଥ ନିର୍ମାଣ କରିଛନ୍ତି ।

ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ, ତିଆରି କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଓ ୩ ରଥ

ଏବେ ସେ ଯାଜପୁର ଏନସି କଲେଜରେ ବିସିଏର ଛାତ୍ର ହୋଇଥିବା ବେଳେ ରଥଯାତ୍ରା ଦିନ ସେ ନିଜ ଘରେ ପୂଜା ପାଉଥିବା ଦିଅଁକୁ ରଥାରୁଢ଼ କରି ନିଜ ଘର ଭିତରେ ରଥ ଟାଣିଥାନ୍ତି । ପଡୋଶୀ ଘରକୁ ମାଉସୀ ଘର କରାଯାଏ । ଜନ୍ମେଜୟ ମଧ୍ୟ ନିଜେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଭୋଗ ଅର୍ପଣ କରିଥା’ନ୍ତି ।

ଆଗକୁ ସେ ଜଗନ୍ନାଥଙ୍କ ମନ୍ଦୀର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟରେ ତାଙ୍କୁ ପରିବାର ଲୋକେ ସମସ୍ତ ପ୍ରକାର ସହଯୋଗ କରିଥାନ୍ତି । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଅ ଏଭଳି କିଛି କରିପାରୁଛି ବୋଲି ମା’ କହିଛନ୍ତି । କୌଣସି ତାଲିମ ନନେଇ ସେ ଆକର୍ଷଣୀୟ ରଥ ଓ ଦିଅଁ ତିଆରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details