ଓଡିଶା

odisha

By

Published : Nov 9, 2019, 2:47 PM IST

ETV Bharat / state

ଚର୍ଚ୍ଚାରେ ଯାଜପୁର ଏସପିଙ୍କ ମାନବିକତା, ବୃଦ୍ଧ ଦମ୍ପତିଙ୍କୁ ମିଳିଲା ନ୍ୟାୟ

ପୁଅ ବୋହୂଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇଥିବା ଏକ ଅସହାୟ ବୃଦ୍ଧ ଦମ୍ପତିକୁ ସାହା ହେଲେ ଯାଜପୁର ଏସ୍ ପି. ଚରଣ ସିଂ ମୀନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ପୁଅ ବୋହୂଙ୍କ ଦ୍ଵାରା ନିର୍ଯାତନାର ଶିକାର ହୋଇଥିବା ଅସହାୟ ବୃଦ୍ଧ ଦମ୍ପତିକୁ ସାହା ହେଲେ ଯାଜପୁର ଏସ୍ ପି. । ଥାନାରୁ ନ୍ୟାୟ ନ ପାଇ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ଏହି ଦମ୍ପତି । ଭରସା କରି ଆସିଥିବା ବୃଦ୍ଧ ଦମ୍ପତିଙ୍କୁ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଏସ୍ ପି ଚରଣ ସିଂ ମୀନା ନ୍ୟାୟ ଦେଇଛନ୍ତି । ବୃଦ୍ଧ ଦମ୍ପତିଙ୍କ ଘର ବିଞ୍ଝାରପୁର ଥାନା ରଘୁନାଥପୁର ପଞ୍ଚାୟତ ପ୍ରହଲ୍ଲାଦପୁର ଗ୍ରାମରେ ବୋଲି ଜଣାପଡିଛି ।

4 ପୁଅ ଥିଲେ ମଧ୍ୟ ବୃଦ୍ଧ ପିତାମାତା ଶୁକଦେବ ଦାସ ଓ ପତ୍ନୀ ସୀତା ଦାସ ଅବହେଳିତ । 4 ପୁଅ ରୁ 3 ଜଣ ଅନ୍ୟତ୍ର ରହୁଛନ୍ତି । ଗାଁରେ ରହୁଥିବା ପୁଅ ବିଜୟ ଦାସଙ୍କ ପାଖରେ ରହୁଥିଲେ ଏହି ଦମ୍ପତି ।

ତେବେ ପୁଅ ବିଜୟ ଅନେକ ସମୟରେ ମଦ୍ୟପାନ କରି ବୃଦ୍ଧା ମାତା ପିତାଙ୍କୁ ମାରିବା ସହ ଝଗଡା କରୁଥିଲେ । ପ୍ରାୟ ବର୍ଷେ ତଳେ ପୁଅ ବିଜୟର ଆକ୍ରମଣରେ ଗୁରୁତର ଆହତ ହୋଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ମାତା ପିତା । ମାତ୍ର ଅଭିଯୋଗକୁ ବର୍ଷେ ବିତିଯାଇଥିଲା ମଧ୍ୟ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିନଥିଲା । ଶେଷରେ ବୃଦ୍ଧା ଦମ୍ପତି ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ ।

ଉଭୟ ଭୋକିଲା ଥିବା ଜାଣି ପ୍ରଥମେ ଦୁହିଁଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ ଏସପି । ପରେ ଉଭୟଙ୍କୁ ସାଙ୍ଗରେ ନେଇ ପ୍ରହଲ୍ଲାଦପୁର ଗାଁରେ ପହଞ୍ଚିଥିଲେ । ପୁଅ ବୋହୂଙ୍କୁ ଚେତାବନୀ ଦେବାସହ ଘଟଣାର ଆପୋଷ ସମାଧାନ କରି ସେମାନଙ୍କୁ ମିଳାଇଥିଲେ । ଏବଂ ଭବିଷ୍ୟତରେ ବୃଦ୍ଧ ମା ବାପାଙ୍କ ଯତ୍ନ ନେବାକୁ ତାଗିଦ୍ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details