ଓଡିଶା

odisha

By

Published : Apr 12, 2021, 2:12 PM IST

ETV Bharat / state

ଝରାଫୁଲ ମୃତ୍ୟୁ ମାମଲା: ଖୁବଶୀଘ୍ର ଧରାପଡିବ ଅନ୍ୟ ଅଭିଯୁକ୍ତ

ଜିଲ୍ଲା ମୂଳାପାଳଠାରେ ଘଟିଥିବା ବହୁ ଚର୍ଚ୍ଚିତ ଝରାଫୁଲ ହତ୍ୟା ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଗରିଫ ପରେ ଅଧିକ ତଦନ୍ତ ଚାଲିଥିବି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଅଧିକ ପଢନ୍ତୁ...

ଖୁବ ଶୀଘ୍ର ଧରାପଡିବ ଅନ୍ୟ ଅଭିଯୁକ୍ତ
ଖୁବ ଶୀଘ୍ର ଧରାପଡିବ ଅନ୍ୟ ଅଭିଯୁକ୍ତ

ଯାଜପୁର: ଜିଲ୍ଲା ମୂଳାପାଳଠାରେ ଘଟିଥିବା ବହୁ ଚର୍ଚ୍ଚିତ ଝରାଫୁଲ ହତ୍ୟା ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗତକାଲି ଗିରଫ କରାଯାଇଛି । ସେ ହେଟେଲ ବୁକ କରିବା ସହିତ ଝରାଫୁଲ ଓ ରାକେଶ ସହିତ କିଛି ସମୟ ସେହି ରୁମରେ ରହିଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଯାଜପୁର ଏସପି ରାହୁଲ ପିଆର ।

ଖୁବ ଶୀଘ୍ର ଧରାପଡିବ ଅନ୍ୟ ଅଭିଯୁକ୍ତ

ଝରାଫୁଲ ହତ୍ୟାକାଣ୍ଡ ପରେ ଅମରେଶ ରାଉତ ଫେରାର ଥିଲା ବୋଲି କହିଛନ୍ତି ଯାଜପୁର ଏସପି । ମୁଖ୍ୟ ଅଭିଯୁକ୍ତ ରାକେଷ ସ୍ବାଇଁର ସାଙ୍ଗ ହେଉଛି ଅମରେଶ । ଅମରେଶର ଘର ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ବୋଲି ଜଣାପଡିଛି । ବର୍ତ୍ତମାନ ଘଟଣାରେ ପ୍ରମାଣ ସଂଗ୍ରହ, ଫରେନ୍ସିକ ଲ୍ୟାବରେ ତଥ୍ୟ ସଂଗ୍ରହ ଚାଲିଛି । ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି ତାକୁ ଖୁବ ଶୀଘ୍ର ଗିରଫ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଯାଜପୁର ଏସପି ।

ପ୍ରକାଶ ଥାଉକି, ଗତ ଜାନୁଆରୀ 27 ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପ୍ରେମିକ ରାକେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଝରାଫୁଲ ମୃତଦେହକୁ ଭୁବନେଶ୍ୱରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ନେବା ପାଇଁ ସହଯୋଗ କରିଥିବା ଶକ୍ତି ଶେଖର ସ୍ୱାଇଁ ଆଜି ଯାଏଁ ଫେରାର ରହିଛି । ଅନ୍ୟପଟେ ପୋଲିସ ଚାର୍ଜସିଟ ଦେବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସରକାରୀ ଓକିଲ ସମରେନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିିଭି ଭାରତ

ABOUT THE AUTHOR

...view details