ଓଡିଶା

odisha

ETV Bharat / state

ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ - ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ

ଜିଲ୍ଲାର ବସଷ୍ଟାଣ୍ଡ ଗୁଡିକରେ ଖୁବଶିଘ୍ର ସିସିଟିଭି, ଅଭିଯୋଗ ବାକ୍ସ ଲଗାଯିବା ସହ, ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ବସରେ ଗୁରୁତ୍ବ ଦିଆଯିବ । ଅଧିକ ପଢନ୍ତୁ...

visit
ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ

By

Published : Jan 26, 2020, 1:27 AM IST

ଯାଜପୁର: ଶନିବାର ଜିଲ୍ଲାର ବସଷ୍ଟାଣ୍ଡକୁ ଅଚାନକ ଗସ୍ତ କରିଛନ୍ତି ଏସପି ଚରଣ ସିଂ ମିନା । ବସଷ୍ଟାଣ୍ଡରେ ପହଞ୍ଚି ଏସପି ଯାତ୍ରୀମାନଙ୍କର ସମସ୍ୟା ଓ ସୁବିଧା ସଂପର୍କରେ ପଚାରି ବୁଝିଥିଲେ। ତେବେ ଷ୍ଟାଣ୍ଡ ନିକଟରେ ଏକ ମଦ ଦୋକାନ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ଜାମ ହେଉଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ପାଇଁ ବସ ମାଲିକ ଅନୁରୋଧ କରିଥିଲେ ।

ବସଷ୍ଟାଣ୍ଡକୁ ଏସପି ମିନାଙ୍କ ଅଚାନକ ଗସ୍ତ

ଏହି ସମୟରେ ଏସପି ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମାଲିକମାନଙ୍କୁ କହିଥିଲେ । ବସଷ୍ଟାଣ୍ଡରେ ଖୁବ ଶୀଘ୍ର ସିସିଟିଭି, ଅଭିଯୋଗ ବାକ୍ସ ଲଗାଯିବା ସହ, ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ବସରେ ଗୁରୁତ୍ବ ଦିଆଯିବ ବୋଲି ଟ୍ୟାକ୍ସି ଓ ମିନିବସ ଆସୋସିଏସନ ପକ୍ଷରୁ କୁହାଯାଇଛି।

ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details