ଯାଜପୁର: ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା । ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମରେ ପୁଅ ମାକୁ ଠେଲି ଦେବାରୁ ମୃତ୍ୟୁ ଘଟିଛି ବୋଲି କହିଛନ୍ତି । ହେଲେ ଝିଅ କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହି ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମର ସୁବାସ ସାହୁ (୪୫) ଜଣେ ଗୁପ୍ଚୁପ୍ ବ୍ୟବସାୟ କରନ୍ତି । ପୁଅ ସବୁବେଳେ ସମ୍ପତ୍ତି ଓ ପାରିବାରିକ କଳହକୁ ନେଇ ମା ଲବଙ୍ଗ ସାହୁ (୬୦)ଙ୍କୁ ମାରପିଟ କରୁଥିବା ଝିଅ ବାସନ୍ତୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଲବଙ୍ଗଙ୍କ ସ୍ବାମୀ ମରିଯାଇଥିବା ବେଳେ ଝିଅ ବାସନ୍ତୀ ମଧ୍ୟ ବିବାହିତ । ଲବଙ୍ଗ ପୁଅ ପାଖରେ ରହୁଥିବା ବେଳେ ବହୁ ସମୟରେ ସୁବାସ ସମ୍ପତ୍ତିକୁ ନେଇ ମାକୁ ମାରପିଟ କରିବା ସହିତ ଖାଇବାକୁ ନଦେଇ ଘରୁ ବାହାର କରିଥିଲେ । ପରେ ଏନେଇ ପାଣିକୋଇଲି ପୋଲିସ୍ର ହସ୍ତକ୍ଷେପ ପରେ ମା’କୁ ଘରକୁ ନେଇଥିଲେ।