ଓଡିଶା

odisha

ETV Bharat / state

15 କୋଟିର ଅଳଙ୍କାର ଡକାୟତି ଘଟଣା, ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ପୋଲିସ - ଯାଜପୁର ରୋଡ ପୋଲିସ

ଯାଜପୁର ସେନକୋ ଗୋଲ୍ଡ ଡକାୟତି ଘଟଣା । ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ଯାଜପୁର ରୋଡ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 16, 2023, 8:51 PM IST

ସେନକୋ ଗୋଲ୍ଡରୁ ଅଳଙ୍କାର ଡକାୟତି ଘଟଣା, ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ପୋଲିସ

ଯାଜପୁର: ଜିଲ୍ଲାର ବ୍ୟାସନଗର ସେନକୋ ଗୋଲଡ଼ ସୁନା ଅଳଙ୍କାର ଶୋ' ରୁମରୁ ଡକାୟତି ଘଟଣା । ଚୋରିରେ ସାମିଲ ଥିବା ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ଯାଜପୁର ରୋଡ ପୋଲିସ । ୭ଜଣ ବନ୍ଧୁକଧାରୀ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କ ଫଟୋକୁ ଟ୍ରାକ କରିବାରେ ସଫଳ ହୋଇଛି ପୋଲିସ । ଏହି ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୋଲିସ ଏକ ୫ ଜଣିଆ ଟିମ ଗଠନ କରିବା ସହିତ ରାଜ୍ୟ ଓ ରାଜ୍ୟ ବାହାରେ ନଜର ରଖିଥିବା ଜଣାପଡ଼ିଛି ।

ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ପୋଲିସ

ମିଳିଥିବା ସୂଚନା ଅନୁସାରେ ବ୍ୟାସନଗର ଷ୍ଟେଟବ୍ୟଙ୍କ ସ୍ଥିତ ସେନକୋ ଗହଣା ଶୋ' ରୁମରେ ଡକାୟତମାନେ ଦିନ ଦ୍ବିପହରେ ପଶି ୧୭ କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ତେବେ ଚୋରି ପରେ ଯେପରି ପୋଲିସ କୌଣସି ପ୍ରମାଣ ନ ପାଇବ ସେଥିଲାଗି ଗହଣା ଶୋ' ରୁମ ବାହାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ରେକର୍ଡ କରି ରଖୁଥିବା କମ୍ପ୍ୟୁଟରଗୁଡ଼ିକର ହାର୍ଡଡିସ୍କ ଖୋଲି ନେଇଥିଲେ ଏହି ଡକାୟତମାନେ। ମାତ୍ର ଭିତର ସିସିଟିଭିର ଫୁଟେଜ ରେକର୍ଡ କରୁଥିବା କମ୍ପ୍ୟୁଟରର ହାର୍ଡଡିସ୍କ ଖୋଲି ନେବାକୁ ଭୁଲି ଯାଇଥିଲେ ।

ଏହା ବି ପଢନ୍ତୁ- ଦିନ ଦ୍ବିପ୍ରହରେ ସୁନା ଦୋକାନରେ ଡକାୟତି, ୧୫କୋଟିର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ଯାହାଫଳରେ ଏହି ହାର୍ଡଡିସ୍କରୁ ଡକାୟତମାନଙ୍କ ଚୋରି କରିବା ସମୟର ସମସ୍ତ ଘଟଣାକୁ ଦେଖିବାକୁ ପାଇଛି । ଏଥିସହିତ ଏଥିରୁ ଚୋରି ସମୟର ସମସ୍ତ ଭିଡିଓ ଫୁଟେଜ ମିଳିଛି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଭିଡିଓରୁ ପୋଲିସ ୭ ଜଣ ବନ୍ଧୁକଧାରୀ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କ ଫଟୋକୁ ଟ୍ରାକ୍‌ କରିବାରେ ସଫଳ ହୋଇଛି । ଏହି ଭିଡିଓରେ କିଭଳି ଡକାୟତମାନେ ଲୁଟ କରିବା ପରେ ବାଇକରେ ଯାଉଥିବାର ଭିଡିଓ ଏବେ ସିସିଟିଭି ଦେଖିବାକୁ ମିଳୁଛି । ଏଥିସହିତ ଏହି ଡକାୟତମାନଙ୍କ ଫଟୋକୁ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ଜରିଆରେ ଜାରି କରିଛି ପୋଲିସ । କୌଣସି ବ୍ୟକ୍ତି ଏହି ଡକାୟତମାନଙ୍କ ସୂଚନା ପାଇଲେ ପୋଲିସ ଜଣାଇବା ଲାଗି କୁହାଯାଇଛି ।

ସେପଟେ ଡକାୟତମାନଙ୍କୁ ଧରିବା ପାଇଁ ଏସପି ଭିନିତ ଅଗ୍ରୱାଲଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାର ଉପରେ ନଜର ରଖିଛି ପୋଲିସ । ଏହି ଡକାୟତମାନେ ଆନ୍ତଃରାଜ୍ୟ ଡକାୟତ ହେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଏହି ଘଟଣାକୁ ନେଇ କୌଣସି ଲୋକ ଭୟଭୀତ ନହେବାକୁ ପୋଲିସ ଅନୁରୋଧ କରିଛି l ବ୍ୟାସନଗର ଅଞ୍ଚଳରେ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିବା ବେଳେ ଘଟଣାକୁ ପୋଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଘଟଣାର ପର୍ଦ୍ଦାଫାଶ କରିବାକୁ ସ୍ଥାନୀୟବାସୀ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details